Home ଆମ ସଂସ୍କୃତି, କଳା ଓ ଐତିହ୍ୟ କୁହତେବେ କେଉଁ ଅପରାଧେ ମୋତେ କଲ ବଡଦାଣ୍ଡର ଭିକାରୀ

କୁହତେବେ କେଉଁ ଅପରାଧେ ମୋତେ କଲ ବଡଦାଣ୍ଡର ଭିକାରୀ

213

ପୁରୀ୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମଝିରେ ମଝିରେ ଇଂରାଜୀରେ କଥା ହେଉଥିବା  ପୁରୀ ବଡଦାଣ୍ଡରେ ଭିକ୍ଷାବୃର୍ତ୍ତିକୁ ନିଜର ଶେଷ ରାସ୍ତା ବୋଲି ଭାବିନେଇଥିବା ଲକ୍ଷ୍ମୀ ଦେବୀ ନିରାଶ୍ରୟ ଜୀବନ ବିତାଇବା ଦେଖାଯାଇଛି । ଲକ୍ଷ୍ମୀ ଦେବୀ ଗୁଜୁରାଟ ତା ସହ ସରକାରୀ ମହିଳା ବିଦ୍ୟାଳୟରେ ୩୦ ବର୍ଷର ଅଧ୍ୟାପନାର ଅଭିଜ୍ଞତା  । ହେଲେ ବିଧିର ବିଧାନ ବିଚିତ୍ର  । ସେ ଆଜି ବଡଦାଣ଼୍ଡର ଭିକାରୀ  ।

 

ଆଖିକୁ ନ ଦେଖାଯାଉ ନଥିଲେ ବି ଜଗନ୍ନାଥଙ୍କ ଆଶ୍ରାରେ ବଡଦାଣ୍ଡରେ ପଡି ପଡି ଭିକ୍ଷା ମାଗୁଛନ୍ତି । ସମ୍ପତି ଚାଲିଗଲା, ଗୋଟିଏ ବୋଲି ପୁଅକୁ କିଏ ନେଇଗଲା, ସ୍ୱାମୀ ବି ଆରପାରିରେ  । ଏହାକୁ ଝୁରୁ ଝୁରି ନିରାଶ୍ରୟ ହୋଇ ଭିକ୍ଷାବୃତ୍ତିକୁ ଆପଣେଇଛନ୍ତିା ଲକ୍ଷ୍ନୀ ଦେବୀ  ସତ୍ୟବାଦୀର ଘର  ଶିକ୍ଷାଗତ ଯୋଗ୍ୟତା ଏମଏସସି ବିଏଡ । ଗୁଜୁରାଟରେ ଓ ଶେଷରେ ପୁରୀ ସରକାରୀ ମହିଳା ବିଦ୍ୟାଳୟରେ ୩୦ ବର୍ଷର ଗଣିତ ଶିକ୍ଷକତାର ଅଭିଜ୍ଞତା  ରହିଛି । କିଛି ଲୋକଙ୍କ ଚକ୍ରାନ୍ତ ଯୋଗୁଁ ସେ ଆଜି ଦୃଷ୍ଟିହୀନା । ହରାଇଛନ୍ତି ନିଜ ଘରବାଡି  । ସ୍ୱାମୀଙ୍କ ମୃତ୍ୟୁ ପରେ ନିଜର ଏକମାତ୍ର ପୁଅ ବଂଚିଥିଲେ ବି ନିଖୋଜ  । ଏସବୁ ହରାଇ ସେ ଆଜି  ପରିସ୍ଥିତି ଯୋଗୁଁ  ନିରାଶ୍ରୟ ଭାବେ ପଡିରହିଛନ୍ତି ବଡଦାଣ୍ଡରେ । ଲକ୍ଷ୍ନୀ ଦେବୀ ଙ୍କୁ  ନେଇ କିଛି ସ୍ୱେଛାସେବୀ ସଙ୍ଘଠନ ପକ୍ଷରୁ ତାଙ୍କୁ ଉଦ୍ଧାର କରି ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ତାଙ୍କର ଆଖିର ଅପରେସନ କରିବା ପରେ ଥଇଥାନ କରିବେ ବୋଲି କହିଛନ୍ତି ସ୍ୱେଛାସେବୀ  । ଆଖିକୁ ଦେଖାଯାଉନାହିଁ ହେଲେ କାଳିଆର ଚକାଆଖିକୁ  ଅନ୍ତରର ଚକ୍ଷୁରେ ଦେଖିପାରୁଛି  ।  ବୟସାଧିକ ଯୋଗୁଁ ତାଙ୍କର ଅଣ୍ଟା ନଇଁ ଯାଇଥିବା ବେଳେ ମାନସିକ ଭାବେ ସେ ଭାଙ୍ଗି ପଡିଛନ୍ତି  । କିନ୍ତୁ ଏବେବି ମନୋବଳକୁ ଦୃଢ କରି ବଂଚିବା ପାଇଁ କରୁଛନ୍ତି ସଙ୍ଘର୍ଷ  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.