Home ଜିଲ୍ଲା ପରିକ୍ରମା କୁସୁମାରେ ଉଦ୍‌ଘାଟିତ ହେଲା ନୈା ବିହାର 

କୁସୁମାରେ ଉଦ୍‌ଘାଟିତ ହେଲା ନୈା ବିହାର 

147

ଯାଜପୁର୧ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ନୂଆ ବର୍ଷରେ କୁସୁମାର ନୀଳ ଜଳରାଶିରେ ନୈା ଯାତ୍ରାର ଶୁଭାରମ୍ଭ ହୋଇଚ୍ଥି । ପୂର୍ବରୁ କୁସୁମାକୁ ପୁଂଲରେ ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇଥିଲା ।   କୁସୁମା ପରିସରକୁ ସବୁଜିମାରେ ଭରିବା ପାଇଁ ବୃକ୍ଷ ରୋପଣ ସହ ହ୍ୟାଙ୍ଗିଙ୍ଗ ଗାର୍ଡେନ ମଧ୍ୟ କରାଯାଇଥିଲା ।  ଆଲୋକିକରଣ, ରଙ୍ଗୀନ ଆଲୋକ ସଜ୍ଜାରେ କୁସୁମାର ସୈାନ୍ଦର‌୍ୟ୍ୟ ବଢାଯାଇଥିଲା ବେଳେ ପିଲା ମାନଙ୍କ ପାଇଁ ଦୋଳି ଓ ଚକ୍ରି ଇତ୍ୟାଦି ମାଧ୍ୟମରେ ଆକର୍ଷଣ ସୃଷ୍ଟି କରାଯାଇଥିଲା । ତେବେ ନୈା ବିହାର ଆଉ ଏକ ନୂଆ ଉନ୍ମାଦନା ପର‌୍ୟ୍ୟଟକଙ୍କ ପାଇଁ ସୃଷ୍ଟି  କରିଚ୍ଥି ।  ନୈା ବିହାର ପାଇଁ ଯାତ୍ରୀ ମାନଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡିବ ଓ ପ୍ରତ୍ୟେକ ନୈା ଯାତ୍ରୀ ଲାଇପଂ ଜ୍ୟାକେଟ ପିନ୍ଧିବା ବାଧ୍ୟତାମୂଳକ ବୋଲି ପୈାର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଚ୍ଥି ।  ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲ୍ଳାପାଳ ରଂଜନ କୁମାର ଦାସ ଏହାକୁ  ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ । ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ଓ.ଏସ୍‌.ଡି. ସୁଦର୍ଶନ ମିଶ୍ର,ଜିଲ୍ଳା ପଞ୍ଚାୟତ ଅଧିକାରୀ  ଅଶୋକ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ ।  କୁସୁମା ବୁଲି ଦେଖିବା ସହ ନୈା ବିହାରର ମଜା ନେବାପାଇଁ ଦର୍ଶକ ମାନଙ୍କର ଉତ୍କଣ୍ଠା ବୃଦ୍ଧି ପାଇଚ୍ଥି ଓ ବେଶ ଭିଡ ମଧ୍ୟ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଚ୍ଥି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.