Home ଜିଲ୍ଲା ପରିକ୍ରମା କୁଲାସର ୫ଟି ବିଦ୍ୟାଳୟରେ ନିମ୍ନମାନର କାମ ଅଭିଯୋଗ

କୁଲାସର ୫ଟି ବିଦ୍ୟାଳୟରେ ନିମ୍ନମାନର କାମ ଅଭିଯୋଗ

49

ନୟାଗଡ଼ ୦୬/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ରାଜ୍ୟ ସରକାର ପୂରାତନ ଶିକ୍ଷା ପରିବେଶକୁ ବଦଳାଇବା ପାଇଁ କିଛି ବିଦ୍ୟାଳୟ କୁ ପରିବର୍ତ୍ତିତ ୫ ଟି ଯୋଜନା ରେ ସାମିଲ୍ କରିଛନ୍ତି। ସେମଧ୍ୟରେ ରହିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ କୁଳାସର ଉଚ୍ଚବିଦ୍ୟାଳୟ। ୩୫ ଲକ୍ଷ ଟଙ୍କା ସରକାରୀ ବ୍ୟୟ ବରାଦ ରେ ନିର୍ମାଣ କାର୍ଯ୍ୟ ଚାଲିଛି। କିନ୍ତୁ ନିର୍ମାଣ ହେଉଥିବା କାର୍ଯ୍ୟ ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି। ଏକ ପୁରତନ ପରିତକ୍ତ ଗୃହ ରେ ନୂଆଛାତ ପଡୁଛି। ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ଫୁଲ ଗଛ ଲଗାଇବାର ବ୍ୟବସ୍ଥା ଚାଲିଛି। କିନ୍ତୁ ଫୁଲଗଛ ଲଗାଇବା ପାଇଁ ଅନୁର୍ବର ଖଳି ମାଟି ବ୍ୟବହାର କରାଯାଉଛି।

ଯାହାକୁ ନେଇ ଅଂଚଳବାସୀ ବିରୋଧ କରିବା ଯୋଗୁଁ ୨ ଦିନହେଲା ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବା ଜଣାପଡିଛି। ଏ ସର୍ମ୍ପକେ କାର୍ଯ୍ୟ ତଦାରଖ କରୁଥିବା ରଣପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ସଂଗିତା ମହାରଣା ଙ୍କୁ ଫୋନ ରେ ଯୋଗାଯୋଗ କରିବାରେ ସେ ଫୋନ ଉଠାଇ ନଥିଲେ। ରଣପୁର ବ୍ଲକ ସହକାରୀ ଯନ୍ତ୍ରୀ ରବିନ୍ଦ୍ର କୁମାର ସାହୁ ଙ୍କୁ ଯୋଗାଯୋଗ କରିବାରେ କହିଥିଲେ ଯେ ଅଭିଯୋଗ ହେଉଥିବା ନିମ୍ନ ମାନର କାର୍ଯ୍ୟକୁ ତଦାରଖ କରି ଉନ୍ନତ ମାନର କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.