Home ଜିଲ୍ଲା ପରିକ୍ରମା କୁମ୍ଭକରାଳ ସରକାରୀ ସ୍କୁଲ ବାର୍ଷିକ ଉତ୍ସବ

କୁମ୍ଭକରାଳ ସରକାରୀ ସ୍କୁଲ ବାର୍ଷିକ ଉତ୍ସବ

0

ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ଛାତ୍ରଛାତ୍ରୀମାନେ ଶୃଙ୍ଖଳାର ସହ ଶିକ୍ଷାଲାଭ କଲେ, ସଫଳତା ନିଶ୍ଚିତ ମିଳିଥାଏ ବୋଲି ବନ୍ତ ବ୍ଳକ କୁମ୍ଭକରା ସରକାରୀ ଉପ୍ରା ବିଦ୍ୟାଳୟର ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥିଭାବେ ବନ୍ତ ବ୍ଲକ ଶିକ୍ଷାଧିକାରିଣୀ ଡ଼ ସୁର୍କିତ୍ରୀ କର ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ହେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଜେନ୍ଦ୍ର କୁମାର ସେଠୀ ଙ୍‌କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବକ୍ତାଭାବେ ଏବିଇଓ ହରେକୃଷ୍ଣ ଆପଟ ,ଏବିଇଓ ଭାଗିରଥିପାତ୍ର,ନୃସିଂହ ପରିଡ଼ା, ଶିକ୍ଷକ ନିରଂଜନ ନାୟକ,ରବିନ୍ଦ୍ର ରାଉତ, ସୁଭେନ୍ଦୁ ବିଶ୍ୱାଳ,ମଳୟ ନାୟକ,ପ୍ରଦୀପ ପଲାଇ,ସିଆରସିସି ଅଶୋକ ଦାସ,ସୁଧିରୁକମାର ବାରିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଆୟୋଜିତ ସଭାରେ ଶିକ୍ଷକ ଶ୍ରୀକାନ୍ତ ବାରିକ ଅତିଥିପରିଚୟ ଓ ଗାଗାରିନ ପ୍ରୀୟଦର୍ଶନୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା। ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଶିକ୍ଷକ ସଂଜୟ ଦାସ,ସନ୍ତେଷ ସ୍ୱାଇଁ ପରିଚାଳନା କମିଟି ସଦସ୍ୟ/ସଦସ୍ୟା ସୁକାନ୍ତ ମୁଦୁଲି,ବୁନୁଲତା ଦାସ, ,ଶ୍ରୀକାନ୍ତ ଦାସ,ସନ୍ତୋଷ ସ୍ୱାଇଁ,ଓ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.