Home ଜିଲ୍ଲା ପରିକ୍ରମା କୁମାର ପୂର୍ଣ୍ଣିମା ଓ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଳିତ

କୁମାର ପୂର୍ଣ୍ଣିମା ଓ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଳିତ

32

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଆଗରପଡ଼ା ତଥା ତାର ଆଖପାଖ ଅଞ୍ଚଳରେ କୁମାର ପୂର୍ଣ୍ଣିମା ଓ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଆଶ୍ୱିନ ମାସର ଇନ୍ଦୁ ପୂର୍ଣ୍ଣିମା ଠାରୁ କୁମାରୀ ଝିଅମାନେ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତିଦିନ ସଂଧ୍ୟା ସମୟରେ ଚଉଁରା ମୂଳରେ ଜହ୍ନି ଫୁଲରେ ଗୋଟିଏ ଗୋଟିଏ କୋଠି ତିଆରି କରି ତା ମଝିରେ ଜହ୍ନି ଫୁଲରେ ଗୋଟିଏ ଚାନ୍ଦ ତିଆରି କରିଥାନ୍ତି। କୋଠିରେ ଅରୁଆ ଚାଉଳ, ସାତ ଖଣ୍ଡ ହଳଦୀ, ଫୁଟଣ, କପା, ଲୁଣପ୍ରଭୃତି ଦେବା ପରେ କୁମାରୀମାନେ ତିନି ଆଞ୍ଜୁଳି ଜହ୍ନି ଫୁଲ ଚାଳ ଉପରକୁ ପକାଇବା ସହ ଆଉ ତିନି ଆଞ୍ଜୁଳି ଜହ୍ନି ଫୁଲ ତୁଳସୀ ଗଛ ଉପରକୁ ପକାଇଥାନ୍ତି। ପ୍ରତ୍ୟେକ ଦିନ କଇଁ ଫୁଲ ପକାଇ ଚଉଁରା ନିକଟରେ ମିଳିତ ଭାବେ କୁମାର ପୂନେଇଁ ଗୀତ ଗାନ କରିଥାନ୍ତି। ଶୁକ୍ରବାର ବଡ଼ଘର ପୂଜା ଓ ଶନିବାର ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିବା ପରେ ସଂଧ୍ୟା ସମୟରେ ନୂତନ ବସ୍ତ୍ର ପରିଧାନ କରି ଚଉଁରା ମୂଳେ ପୂଜାର୍ଚ୍ଚନା କରିବା ପରେ ଆକାଶରେ ଚାନ୍ଦ ଦେଖି ତାଙ୍କୁ ବନ୍ଦାପନା କରିଥାନ୍ତି। ଏହି ଅବସରରେ ଆଜି ଆଗରପଡ଼ା ତଥା ଏହାର ନିକଟସ୍ଥ ବିଭିନ୍ନ ପଞ୍ଚାୟତର ଗ୍ରାମରେ କୁମାରୀମାନେ ଏହି ଉତ୍ସବକୁ ବଡ଼ ଧୂମଧାମରେ ପାଳନ କରିଛନ୍ତି। ଅନୁରୂପ ଭାବେ ଆଗରପଡ଼ା ଆଦି ସ୍ଥାନମାନଙ୍କରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ରିତିନିତି ଅନୁସାରେ ରବିବାର ଠାରୁ ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.