Home କୋରାପୁଟ  କୁମାରଗନ୍ଧଣା ମଣ୍ଡିରେ ବିକ୍ରୀ ମାଣ୍ଡିଆର ପ୍ରାପ୍ୟ କେବେ ମିଳିବ?

 କୁମାରଗନ୍ଧଣା ମଣ୍ଡିରେ ବିକ୍ରୀ ମାଣ୍ଡିଆର ପ୍ରାପ୍ୟ କେବେ ମିଳିବ?

53

କୋରାପୁଟ ୨୪-୦୫(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଚାଷୀ ମାଣ୍ଡିଆ ବିକ୍ରୀ କଲେ ।କିନ୍ତୁ ଏ ପର୍ଯ୍ୟନ୍ତ ଚାଷୀମାନେ ପ୍ରାପ୍ୟ ପାଇ ନ ଥିବାରୁ ବାରମ୍ବାର ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଉଛନ୍ତି ।କିନ୍ତୁ ସେମାନେ ପ୍ରାପ୍ୟ ପାଇବାରୁ ବଂଚିତ ହେଉଥିବା ଜଣାପଡିଛି ।ଲମତାପୁଟ ବ୍ଲକ ଅନ୍ତର୍ଗତ କୁମାରଗନ୍ଧଣା ମଣ୍ଡିରେ ୧୦୮ ଜଣ ଚାଷୀ ୧୦୬୫ କ୍ୱିଟାଂଲ ମାଣ୍ଡିଆ ବିକ୍ରୀ କରିଥିଲେ ।୩ ମାସ ହୋଇଗଲାଣି କିନ୍ତୁ ପ୍ରାପ୍ୟ ପାଇ ନ  ଥିବାରୁ ବନମାଳିପୁଟ,ଉମ୍ବେଲ,କୁମାରଗନ୍ଧଣା , ଟିକରପଡା ଗ୍ରାମର ଚାଷୀମାନେ ଆଜି କୋରାପୁଟ ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଦାବିପତ୍ର ଗ୍ରହଣ କରିଥିଲେ ।ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ , କୋରାପୁଟ ବିଧାୟକ ରଘୁରାମ ପଡାଲ, ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି ,ପୂର୍ବତନ ବିଧାୟକ ନିମାଇଁ ସରକାର ଓ ରାମଚନ୍ଦ୍ର କାଡାମ , କଂଗ୍ରେସ ବିଧାୟକ ପ୍ରାର୍ଥି କୃଷ୍ଣ କୁଲଦୀପ , କଂଗ୍ରେସ ନେତା ରୁପକ ତୁରୁକ ପ୍ରମୁଖଙ୍କ ଉପସ୍ଥିତିରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।ଜିଲ୍ଲା ପ୍ରଶାସନ ଯଦି ପ୍ରାପ୍ୟ ଦେବାରେ ଅସଫଳ ହୁଏ ତେବେ ସମସ୍ତ ଚାଷୀ ଏକଜୁଟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି ଚାଷୀ ମାଧବ ଶିଶା ,ହରି କିର୍ସାନୀ ,ବସନ୍ତ ବଡନାୟକ,ଜଗତ ଖିଲ ପ୍ରମୁଖ ଚାଷୀମାନେ ଚେତାବନୀ ଦେଇଛନ୍ତି ।ଏଥିପୂର୍ବରୁ ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତାମାନେ  ଜିଲ୍ଲାର  ବିଭିନ୍ନ ମଣ୍ଡିରେ ବିକ୍ରୀ କରାଯାଇଥିବା ମାଣ୍ଡିଆର ଅର୍ଥ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲୋ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.