Home ଜିଲ୍ଲା ପରିକ୍ରମା କୁବେରପୁର ଗ୍ରାମରେ ତ୍ରିନାଥ ଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ, କଳସ ବୁଡ଼ାଇଲେ ୧୦୮ ମହିଳା ଓ...

କୁବେରପୁର ଗ୍ରାମରେ ତ୍ରିନାଥ ଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ, କଳସ ବୁଡ଼ାଇଲେ ୧୦୮ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ

0

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ବାହାବଳପୁର ପଂଚାୟତ ଅଧୀନ କୁବେରପୁର ଗ୍ରାମରେ ତ୍ରିନାଥ ଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗୁରୁବାର ଠାରୁ ଆରମ୍ଭ ହୋଇଛି। ଏହି ପ୍ରତିଷ୍ଠା ଉତ୍ସବ ତିନିଦିନଧରି ଚାଲିବ ବୋଲି ଜଣାଯାଇଛି।ଏହି ଉପଲକ୍ଷେ ଗ୍ରାମର ୧୦୮ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ଯାଇ ନିକଟସ୍ଥ ମନ୍ତେଇ ନଦୀର ମାଟିଆସହି ଘାଟ ନିକଟରେ କଳସ ବୁଡ଼ାଇଛନ୍ତି। ସେଠାରେ ସେମାନେ ମନ୍ତେଇ ନଦୀରେ କଳସ ବୁଡ଼ାଇ ଫେରିବା ପରେ କଳସକୁ ମନ୍ଦିର ନିକଟ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ସକାଳେ ଶୁଭାଧିବାସ ଓ ଅଙ୍କୁରାରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଶୁକ୍ରବାର ଠାରୁ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାଯାଇଛି । ଯଜ୍ଞ କର୍ତା ଭାବେ ଲଷ୍ମୀଧର ବେହେରା ଓ ତାଙ୍କ ପତ୍ନୀ କନକଲତା ବେହେରା, ପୁରୋହିତ ଭାବେ ସନ୍ତୋଷ ମିଶ୍ର, ଜଗବନ୍ଧୁ ମିଶ୍ର, ତପନ ମିଶ୍ର, ଭାଗବତ ଅଗସ୍ତି, ପ୍ରଶାନ୍ତ କୁମାର ସାମନ୍ତ ପୂଜା କାର୍ଯ୍ୟ ତୁଲାଉଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଶନିବାର ଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପୂର୍ବତନ ସରପଂଚ ଅମରେନ୍ଦ୍ର ବେହେରା, ଭରତ କୁମାର ସାହୁ, ବାବୁରାମ ବେହେରା,ମଧୁସୂଦନ ମଲ୍ଲିକ, ବିପିନ ବିହାରୀ ମଲ୍ଲିକ, ଗଣେଶ ବେହେରା, ରାମଚନ୍ଦ୍ର ସାହୁ, ଉପେନ୍ଦ୍ର ନାୟକ ପ୍ରମୁଖ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.