Home ଜିଲ୍ଲା ପରିକ୍ରମା କୁକୁରକୁ ନିଦ ମେଡିସିନ୍ ଦେଇ ଘରେ କଳାକନା ବୁଲାଇଲେ ଲୁଟେରା

କୁକୁରକୁ ନିଦ ମେଡିସିନ୍ ଦେଇ ଘରେ କଳାକନା ବୁଲାଇଲେ ଲୁଟେରା

20

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭିନ୍ନ ବ୍ୟବସାୟ ଆଳରେ ବାହାର ରାଜ୍ୟରୁ ଆସୁଥିବା ବହୁ ଲୁଟେରାଙ୍କର ଭୂସ୍ୱର୍ଗ ଏବେ ପାଲଟିଛି ଭଦ୍ରକ ସହରାଂଚଳର ଚରମ୍ପା । ଏହି ଲୁଟେରାମାନେ ଦିନରେ ସହର ଠାରୁ ଆରମ୍ଭ କରି ଗ୍ରାମାଂଚଳରେ ବାଇକ୍ ଓ ସାଇକେଲ୍‌ରେ ବୁଲି ବ୍ୟବସାୟ ଆଳରେ ଘର ଚିହ୍ନଟ କରି ରାତିରେ ଲୁଟ୍ କରୁଥିବା ବିଷୟ ଏକ ବିଶେଷ ସୂତ୍ରରୁ ଜଣାପଡିଛି । ଅନୁରୂପ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏବେ ସରକାରୀ ଜମିରେ ଉଠାଦୋକାନ ସହ ସ୍ଥାୟୀ ଦୋକାନ ଘରଗୁଡିକୁ ଉଚ୍ଛେଦ କରାଯାଉଥିବାବେଳେ ଏଗୁଡିକରେ କାର୍ଯ୍ୟ କରୁଥିବା ବେକାର ଯୁବକମାନେ ମଧ୍ୟ ଚୋରିଭଳି କୁକାର୍ଯ୍ୟକୁ ଆପଣାଉଥିବାର ଦେଖାଦେଇଛି । ଗତ କିଛିଦିନ ହେଲା ସହର ଓ ଗ୍ରାମାଂଚଳରେ ବହୁ ଚୋରି ହୋଇଥିବାବେଳେ ଗ୍ରାମାଂଚଳ ଥାନା ଅଧୀନସ୍ଥ ଚରମ୍ପାର ପଥରଆଡିରେ କୁକୁରକୁ ନିଶା ଦେଇ ଚୋରମାନେ କଳାକନା ବୁଲାଇଥିବାର ଜଣାପଡିଛି । ଏଥିନେଇ ଘର ମାଲିକ ଥାନାରେ ଦେଇଥିବା ଅଭିଯୋଗ ମୂଳେ ଏହି ଜିଲାର ବାସୁଦେବପୁର ବ୍ଲକ୍ ନାୟକାଣୀଡିହି ଅଂଚଳର ଶରତ କୁମାର ନାୟକ ଚରମ୍ପା ପଥରଆଡିରେ ୨ ବର୍ଷ ହେବ ଘରକରି ରହିଆସୁଛନ୍ତି । ଗତକାଲି ଶରତ ନିଜ ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିବାବେଳେ ଘରେ ରଖିଥିବା ପୋଷା କୁକୁରଙ୍କୁ ପଡୋଶୀଙ୍କ ଦାୟିତ୍ୱରେ ଦେଇଯାଇଥିଲେ । ମାତ୍ର ରାତିରେ ଲୁଟେରାମାନେ ଶରତଙ୍କ ଘରେ ଲୁଟପାଇଁ ପହଂଚିଥିବାବେଳେ ପୋଷା କୁକୁରଟି ସେମାନଙ୍କୁ ଦେଖି ଭୋକିଥିଲା । ଫଳରେ ଚୋରମାନେ କୁକୁରକୁ ଖାଦ୍ୟରେ ନିଦ ମେଡିସିନ ଦେଇ ସେ ଅଚେତ ହୋଇଯିବା ପରେ ଘରର ତାଲା ଭାଙ୍ଗି ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନାଗହଣା ସହ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଥିବାର ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.