Home ଜିଲ୍ଲା ପରିକ୍ରମା କୁକୁଡ଼ା ଭାଡି ଖୋଲିଲେ; ଘରେ ପଶି ଭୁଜାଲିରେ ହାଣିଲେ, ଲୁଟିନେଲେ ଟଙ୍କା ଓ ସୁନା ଗହଣା

କୁକୁଡ଼ା ଭାଡି ଖୋଲିଲେ; ଘରେ ପଶି ଭୁଜାଲିରେ ହାଣିଲେ, ଲୁଟିନେଲେ ଟଙ୍କା ଓ ସୁନା ଗହଣା

7

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗତକାଲି ବିଳମ୍ବିତ ରାତ୍ରିରେ ଏକ ଅଭିନବ ଢଙ୍ଗରେ ଡକାୟତିମାନେ ଜଣେ ବ୍ୟକ୍ତିଙ୍କ ଘରେ କରିଛନ୍ତି ସଶସ୍ତ୍ର ଡକାୟତି। ଡକାୟତମାନେ ସଂପୃକ୍ତ ବ୍ୟକ୍ତିଙ୍କ ଘର ନିକଟରେ ପହଂଚି ପ୍ରଥମେ ବାହାରେ ଥିବା କୁକୁଡା ଭାଡି ଖୋଲିଦେଇଥିଲେ। ଫଳରେ ଲୋକେ କୁକୁଡା ଗୁଡିକୁ ଦେଖିବାକୁ ଘରୁ ବାହାରିବା ପରେ ସେମାନେ ବେକରେ ଛୁରୀ ଲଗାଇ ଲୁଟ୍ ଅଭିଯାନ ଆରମ୍ଭ କରିଥିଲେ। ଭଣ୍ଡାରିପୋଖରୀ ଥାନା ବଡ଼ ନପଙ୍ଗ ଗାଁ ରେ ମାଧବ ସେଠୀ ଙ୍କ ଘରେ ଡକାୟତି। ଘର ଲୋକ ଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ଭୁଜାଲି ରେ ଆକ୍ରମଣ କରି ଡକାୟତି କରି ଫେରାର ହୋଇଯାଇଛନ୍ତି ଡକାୟତି ଦଳ। ଏହି ଡକାୟତି ଦଳ ରେ ୮ ଜଣ ଥିଲା ବେଳେ ଘର ଭିରରେ ମରଣାସ୍ତ୍ର ଧରି ପଶିଥିଲେ ୬ ଜଣ ମୁଖା ପିନ୍ଧା ଦୁର୍ବୁତ ଏବଂ ଘର ବାହାରେ ବନ୍ଧୁକ ଓ ଭୁଜାଲି ଧରି ଜଗି ରହିଥିଲେ ୨ ଜଣ ଦୁର୍ବୁତ। ଗତକାଲି ରାତି ପ୍ରାୟ ୧୨ ଟା ରୂ ଗୋଟାଏ ମଧ୍ୟରେ ଦୁର୍ବୁତ ମାନେ ବଡ଼ ନପଙ୍ଗ ଗ୍ରାମର ମାଧବ ସେଠୀ ଙ୍କ ଘରେ ପହଂଚି ତାଙ୍କ ପରିବାର ଲୋକ ଙ୍କୁ ଭୟଭୀତ କରି ଘରେ ପ୍ରବେଶ କରି ଘର ର ମହିଳା ଓ ଛୋଟ ପିଲା ଙ୍କ ବେକ ରେ ବନ୍ଧୁକ ଓ ଭୁଜାଲି ଲଗାଇ ଭୟ ଭିତ କରି ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ବାକ୍ସ ଥିବା କିଛି ଟଙ୍କା ଗଡ଼ରେଜ ଭାଙ୍ଗିବା ସହିତ ଲୁଟି ନେଇ ଯାଇଥିଲେ। ଏପରିକି ଏହି ଦୁର୍ବୁତ ମାନେ ଘର ର ଜଣେ ପୁରୁଷ ଲୋକ ଙ୍କ ସହିତ ୩ ଜଣ ମହିଳା ଙ୍କୁ ଆକ୍ରମଣ କରି ଫେରାର ହୋଇ ଯାଇଛନ୍ତି। ଆହତ ମାନଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନା ରେ ଭର୍ତି କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲା ବେଳେ ଗ୍ରାମ ଠାରୁ କିଛି ଦୂରରେ ସୁନା ଅଳଙ୍କାର ର ଖାଲି ଖୋଳ ଓ କପଡା ଏବଂ ବେଗ ପଡ଼ିଥିବା ଗ୍ରାମବାସୀ ମାନେ ଦେଖି ପୋଲିସ କୁ ଜଣାଇଛସନ୍ତି। ଗତ କିଛି ବର୍ଷ ର ବ୍ୟବଧାନ ପରେ ଭଣ୍ଡାରିପୋଖରୀ ଅଂଚଳ ରେ ଏହା ହେଉଛି ଏକ ସଂଘ ବଦ୍ଧ ଓ ବଡ଼ ଧରଣର ଡକାୟତି ବୋଲି ଆଲୋଚନା ହେଉଥିବା ବେଳେ ଏହାକୁ ନେଇ ଲୋକ ମାନେ ଅଧିକ ଭୟଭୀତ ହୋଇ ପଡିଛନ୍ତି। ଏହି ଡକାୟତି ଦଳ କୁ ଗିରଫ ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଉଦ୍ୟମ ଆରମ୍ଭ କରାଯାଉ ବୋଲିସ୍ଥାନୀୟ ଲୋକେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.