Home କେନ୍ଦୁଝର କୁଆପଶିରେ ରାଇସ ମିଲ ସ୍ଥାପନକୁ ନେଇ ଅସନ୍ତୋଷ ଗ୍ରାମବାସୀ

କୁଆପଶିରେ ରାଇସ ମିଲ ସ୍ଥାପନକୁ ନେଇ ଅସନ୍ତୋଷ ଗ୍ରାମବାସୀ

229

ପାଟଣା ୨୦-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ତହସିଲ କୁଆପଶି ମୌଜା ର ଏକ ପ୍ଲଟରେ ପ୍ରସ୍ତାବିତ ରାଇସ ମିଲସ ସକାଶେ ନାରାୟଣ ରାଇସ ମିଲସ, ହୁଣ୍ଡଳା, କେନ୍ଦୁଝର ପକ୍ଷରୁ ବଡ଼ପାଟଣା ପଞ୍ଚାୟତକୁ ଦରଖାସ୍ତ କରାଯାଇଥିଲା।ଏ ଥିନେଇ ବଡ଼ପାଟଣା ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ୧ /୨/୨୦୨୦ ତାରିଖରେ କରୋମ ମଧ୍ୟରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ମହାପାତ୍ର ଓ ଉକ୍ତ ଗ୍ରାମର ୱାର୍ଡ ର ୱାର୍ଡ ମେମ୍ବର କୁନା ମୁଣ୍ଡାଙ୍କ ଉପସ୍ଥିତ ଏକ ପଲ୍ଲୀ ସଭା ହୋଇଥିଲା ଏଥିରେ ଗ୍ରାମବାସୀ ସେମାନଙ୍କ ଚାଷ ଜମି ପ୍ରଭାବିତ ହେବା ଆଉ କାରଖାନାରୁ ନିର୍ଗତ ଧୂଳି ଧୁଆଁ ରୋଗ ବ୍ୟାଧି ହେବା ଆଶଙ୍କାରେ ପଲ୍ଲୀ ସଭାରେ ଏହାକୁ ପ୍ରବଳ ବିରୋଧ କରିଥିଲେ। ଫଳରେ ଫେବ୍ରୁୟାରୀ ୪ ତାରିଖ ପତ୍ର ସଂଖ୍ୟା ୨୫୨ ରେ ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ସରପଞ୍ଚ ଙ୍କ ପ୍ୟାଡ଼ରେ ପ୍ରସ୍ତାବିତ ରାଇସ ମିଲସ ମାଲିକଙ୍କୁ ଖାରଜ ପତ୍ର ଦେଇଥିଲେ। ଏ ନେଇ ସ୍ଥାନୀୟ ବଡ଼ପାଟଣା ସରପଞ୍ଚ ଚନ୍ଦ୍ର ଶେଖର ନାୟକଙ୍କୁ ପଚାରିବାରୁ ପ୍ରଥମ ଥର ପଲ୍ଲିସଭା ରେ ଲୋକମାନେ ବିରୋଧ କରିଥିଲେ ପୁନର୍ବାର ଉକ୍ତ ଗ୍ରାମର ଲୋକମାନେ ରାଇସ ମିଲସ ସ୍ଥାପନ ପାଇଁ ଆଉଥରେ ପଲ୍ଲିସଭା କରାଇବାକୁ ଦରଖାସ୍ତ ଦେଇଥିବାରୁ ଆଉଥରେ ପଲ୍ଲିସଭା ପାଇଁ ନୋଟିସ ଦିଆଯାଇଛି।

କୁଆପଶି ଗ୍ରାମରେ ରାଇସ ମିଲସ ପ୍ରତିଷ୍ଠା କଲେ ଏହା ବିରୋଧ ରେ ଆନ୍ଦୋଳନ କରାଯିବ ବୋଲି ମଙ୍ଗଳବାର ଗ୍ରାମର ବିରଞ୍ଚିମହନ୍ତ, ଲୋଚନ ମହାନ୍ତ ଓ ୱାର୍ଡ ମେମ୍ବର କୁନା ମୁଣ୍ଡା ଚେତାବନୀ ଦେଇଛନ୍ତି। ଅନ୍ୟ ପକ୍ଷରେ ପ୍ରଥମେ ପଲିସଭା କୁ ବିରୋଧ କରାଯାଇଥିବା ବେଳେ ପୁନର୍ବାର ପଲିସଭା ପାଇଁ ସରପଞ୍ଚ ନୋଟିସ କରିଥିବା ରୁ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.