Home ଜିଲ୍ଲା ପରିକ୍ରମା “କିଶୋର ସ୍ୱାକ୍ଷର” ର ରୌପ୍ୟ ଜୟନ୍ତୀ ପାଳିତ

“କିଶୋର ସ୍ୱାକ୍ଷର” ର ରୌପ୍ୟ ଜୟନ୍ତୀ ପାଳିତ

13

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଅଗ୍ରଣୀ ଶିଶୁ କିଶୋର ସୃଜନଶୀଳ ସାହିତ୍ୟ ପତ୍ରିକା “କିଶୋର ସ୍ୱାକ୍ଷର” ର ୨୫ବର୍ଷ ପୂର୍ତି ରୌପ୍ୟ ଜୟନ୍ତୀ ସମାରୋହ ଜିଲ୍ଲା ସଂସ୍କୃତି ଭବନ ଭଦ୍ରକ ଠାରେ ଆଜି ମହାସମାରୋହରେ ପାଳିତ ଯାଇଛି। ଏହି ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ ସାରସ୍ୱତ ସମ୍ମେଳନ ଓ ସମ୍ବର୍ଦ୍ଧନା ସଭାରେ ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା, ଉଦ୍‌ଘାଟକ ଭାବେ ଭଦ୍ରକର ମାନ୍ୟବର ବିଧାୟକ ସୀତାଂଶୁ ସେଖର ମହାପାତ୍ର ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲୀପ କୁମାର ରାଉତରାଏ, ପାରାଦ୍ୱୀପ ଫସ୍‌ପେଟ ଲିମିଟେଡର କମ୍ପାନୀ ବ୍ୟାପର ମୁଖ୍ୟ ସୁଧିରଞ୍ଜନ ମିଶ୍ର, ବିଶିଷ୍ଟ ପ୍ରବକ୍ତା ପଣ୍ଡିତବୀରେନ୍ଦ୍ର କୁମାର ପଣ୍ଡା, ଶିଶୁ ସାହିତ୍ୟିକ ଶରତକୁମାର ନାୟକ ପ୍ରମୁଖ ଯୋଗ ଦେଇ “କିଶୋର ସ୍ୱାକ୍ଷର” ଦୀର୍ଘ ୨୫ ବର୍ଷ ଧରି ନିଜ ଜନ୍ମଭୂମି ଓଡିଶା ତଥା ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟର ପ୍ରବାସୀ ଓଡିଆ ଅଂଚଳରେ ଓଡିିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ଦିଗରେ ପ୍ରତିଷ୍ଠାତା ସମ୍ପାଦକ ଶଶଧର ମହନୀଙ୍କ ସାଧୁ ଉଦ୍ୟମକୁ ପ୍ରଶଂସା କରିଥିଲେ । ବନ୍ଦେ ଉତ୍କଳ ଜନନୀ ଗାନ ପରେ ଶିକ୍ଷକ ନିର୍ମଳ କୁମାର ମିଶ୍ର ବେଦ ପାଠ କରିଥିଲେ । କୁନିକୁନି ବାଳିକା ମାନେ ସ୍ୱାଗତ ସମ୍ବର୍ଦ୍ଧନା ଓ ସମ୍ପାଦକ ଶଶଧର ମହନୀ ୨୫ ବର୍ଷର ସଂକ୍ଷିପ୍ତ ଇତିହାସ ପଠନ କରିଥିଲେ। ଦୀର୍ଘ ବର୍ଷ ଧରି ପତ୍ରିକା ସହିତ ଜଡିତ ସାରାରାଜ୍ୟରୁ ସାରସ୍ୱତ ସାଧକ ମଧ୍ୟରୁ ଖୋର୍ଦ୍ଧାରୁ ସେବତୀ ପରିଡା, କଟକ ରୁ ଜଫର ଅକ୍‌ବରୀ, ଭଦ୍ରକରୁ ନାରାୟଣ ଚନ୍ଦ୍ର ଲେଙ୍କା, ଚତୁର୍ଭୁଜ ପହି, ନୀରବକୁମାର ଦାସ, ମାନସକୁମାର ସାହୁ, ଡଃ ଜୟନ୍ତୀ କରଶର୍ମା,ସୁକାନ୍ତ କୁମାର ବେହେରା, ଡ଼ଃ ମନୀନ୍ଦ୍ର ମହାନ୍ତି, ତୁଳସୀ ମଞ୍ଜରୀ ନାୟକ, ନିତ୍ୟାନନ୍ଦ ପାଣିଗ୍ରାହୀ, ଶ୍ରୀକାନ୍ତ ପତି, ଜଗନ୍ନାଥ ମଲ୍ଲିକ, ଝରଣା ମଲ୍ଲିକଙ୍କ ସମେତ ପାରାଦ୍ୱୀପ ପଂସ୍‌ପେଟ ଲିମିଟେଡର ମୁଖ୍ୟ ସୁଧିରଞନ ମିଶ୍ର ପ୍ରମୁଖଙ୍କୁ “କିଶୋର ସ୍ୱାକ୍ଷର” ରୌପ୍ୟଜୟନ୍ତୀ ସାରସ୍ୱତ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇ ଥିଲା । ଶଶଧର ମହନୀଙ୍କର ବୟସ ଆଧିକ୍ୟ ଯୋଗୁ ସେ ଉତରପିଢ଼ୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ସଭାପତି ଭାବେ ରଣଜିତ୍ କୁମାର ଶୁକ୍ଳ ଓ ସମ୍ପାଦକ ଭାବେ ସାଇସତ୍ୟ ମହନୀ ମନୋନୀତ ହୋଇଥିଲେ । କିଶୋର ସ୍ୱାକ୍ଷର କର୍ମକର୍ତାମାନେ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କବି ଶ୍ରୀକାନ୍ତ ପତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.