Home ଜିଲ୍ଲା ପରିକ୍ରମା କିଶାନ କଂଗ୍ରେସର ସେବା ସମବାୟ ସମିତି ଆଗରେ ଧାନ ବସ୍ତା ରଖି ଧାରଣା

କିଶାନ କଂଗ୍ରେସର ସେବା ସମବାୟ ସମିତି ଆଗରେ ଧାନ ବସ୍ତା ରଖି ଧାରଣା

45

ବାହାନଗା, ୩ା୩(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବାହାନଗା ସେବା ସମବାୟ ସମିତି ଆଗରେ ଚାଷୀ ମାନେ ଧାଣାରେ ବସିଛନ୍ତି । ଅଭାବୀ ଧାନର ବିକ୍ରି ପ୍ରତିବାଦରେ ଚାଷୀ ମାନେ ପଥରପେଣ୍ଠ ସରପଞ୍ଚ ଦେବାନନ୍ଦ ମଲ୍ଲିକ ଓ ବାହାନଗା ସରପଞ୍ଚ ରଶ୍ମିତା ସିଂଙ୍କ ନେତୃତ୍ୱରେ ଧାନ ବସ୍ତା ରଖି ଅନିଦର୍ଦ୍ଦିଷ୍ଟ କାଳ ଧାରଣାରେ ବସିଛନ୍ତି । ଏଥିରେ ବାହାନଗା ଓ ପଥରପେଣ୍ଠର ଚାଷୀ ମାନେ ସମିତି ଆଗରେ ଓ ରାସ୍ତାରେ ପ୍ରବଳ ଖରା ସତ୍ୱେ ଧାନ ବସ୍ତା ରଖି ବସି ରହିଥିଲେ । କିଛି ସମୟ ପାଇଁ ତଳ ରାସ୍ତା ମଧ୍ୟ ଅବରୋଧ କରିଥିଲେ । କିନ୍ତୁ କୌଣସି ଉପରିସ୍ଥ ଅଧିକାରୀ ପହଞ୍ଚି ନ ପହଞ୍ଚିବା ଯୋଗୁଁ ଚାଷୀ ମାନେ ହଟଗୋଳ ଥିଲେ । ଏଘଟଣା ବାବଦରେ ଜିଲ୍ଲାପରିସଦ ସଭ୍ୟ ଶରତ ରାଜ କହନ୍ତି ସରକାର ଚଳିତ ଖରିଫରେ ଯେଉଁ ଚାଷୀଙ୍କର ଅନଲାଇନ କରିଛନ୍ତି ସବୁ ଧାନ ଚାଷୀଙ୍କର ଧାନ କିଣା ହେବା ଦର କାର ନହେଲେ ଚାଷୀ ଆହୋରାତ୍ର ଅନିର୍ଦ୍ଦିଷ୍ଟ କାଳ ଧାରଣାରେ ବସି ରହିବେ । ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ଉପରିସ୍ଥ ଅଧିକାରୀ ପହଞ୍ଚି ନଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.