Home ଆନ୍ତର୍ଜାତୀୟ କିରଗିଜ୍ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

କିରଗିଜ୍ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

272

ନୂଆ ଦିଲ୍ଲୀ ୩୧-୫ (ଓଡ଼ିଆ ପୁଅ) କିରଗିଜ ସାଧାରଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ମିଃ. ସୋରୋନବେ ଶାରିପୋଭିଚ୍ ଜିନବେକୋଭ ମେ ୩୦, ୨୦୧୯ରେ ଆୟୋଜିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଅତିଥି ଭାବେ ଯୋଗ ଦେଇଥିଲେ।

କିରଗିଜସ୍ତାନ ବର୍ତ୍ତମାନ ସାଙ୍ଘାଇ ସହଯୋଗ ସଂଗଠନରେ ଅଧ୍ୟକ୍ଷତା କରୁଛି। ଏହି ରାଷ୍ଟ୍ର ଦକ୍ଷିଣ ଏସିଆରେ ଭାରତର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ରାଷ୍ଟ୍ରପତି ଜିନବେକୋଭ ପ୍ରଧାନମନ୍ତ୍ରୀଙ୍କୁ ଉଦାରତାର ସହିତ ଅଭିନନ୍ଦନ ଜ୍ଞାପନ କରିଥିଲେ। ଏଥିସହିତ ସାଂଘାଇ ଶିଖର ସମ୍ମିଳନୀ ଓ ଏକ ଦ୍ୱିପାକ୍ଷିକ ଗସ୍ତ ନିମନ୍ତେ ୧୩-୧୫ ଜୁନ, ୨୦୧୯ରେ କିରଗିଜସ୍ତାନ ଗସ୍ତ କରିବା ଲାଗି ନିମନ୍ତ୍ରଣ ଜଣାଇଥିଲେ।

ଭାରତ ଏବଂ କିରଗିଜସ୍ତାନ ମଧ୍ୟରେ ଉଦାର ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ବିଗତ ବର୍ଷଗୁଡ଼ିକରେ ସୁଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ଶପଥ ଗ୍ରହଣ ସମାରୋହରେ ଉପସ୍ଥିତି ନିମନ୍ତେ ରାଷ୍ଟ୍ରପତି ଜିନବେକୋଭଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ଏଥିସହିତ କୃତଜ୍ଞତା ପୂର୍ବକ ତାଙ୍କର ନିମନ୍ତ୍ରଣକୁ ସ୍ୱୀକାର କରିବା ସହିତ କିର୍ଗିଜସ୍ତାନ ଗସ୍ତ ନିମନ୍ତେ ଆଗ୍ରହୀ ଥିବା ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.