ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ପକ୍ଷରୁ କିନ୍ନର ମାନଙ୍କୁ ଚି଼ହ୍ନଟ କରାଯାଇ ସେମାନଙ୍କୁ ସାମାଜିକ ସୁରକ୍ଷା ବିଭାଗ ତରଫରୁ ଭତା ବଂଟନ କରାଯିବାର ବ୍ୟବସ୍ଥା ରହିଛି। ଯାହା ଭଦ୍ରକ ଜିଲାରେ ହୋଇଆସୁଅଛି। କିନ୍ତୁ ଭଦ୍ରକ ବ୍ଲକ ବହୁଦରଡା ପଂଚାୟତରେ ଗତ ଦୁଇ ମାସ ହେବ ନେନା କିନ୍ନରଙ୍କୁ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଭତା ବଂଟନ ଅଧିକାରୀ ତାହା ଦେବାରେ ବିଳମ୍ବ କରିଥିଲେ। ଏହି ଘଟଣାକୁ ନେଇ ଆଜି ନେନା କିନ୍ନର ସଂଘର ସଭାପତି ଶ୍ରାବଣୀଙ୍କ ନେତୃଥ୍ୱରେ ବହୁ କିନ୍ନର ବ୍ଲକ ସାମାଜିକ ସୁରକ୍ଷା ଅଧିକାରି ଙ୍କ କାର୍ଯ୍ୟାଳୟ ରେ ପହଂଚି ଭତା ବଂଟନ କାହିଁକି କରାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ। ଏବଂ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ଅନୁପସ୍ଥିତି ରେ ଫୋନ ଯୋଗେ ଯୋଗାଯୋଗ କରିଥିଲେ । ଏବଂ ସେମାନେ ଦେଇଥିବା ପ୍ରମାଣପତ୍ର ନକଲି ବୋଲି ଅଧିକାରୀ କହିବାରୁ ଶ୍ରାବଣୀ ଓ ଅନ୍ୟମାନେ ଉତ୍କ୍ଷିପ୍ତ ହେବା ସହ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ବ୍ୟବହାରକୁ ନେଇ ସମାଲୋଚନା କରିଥିଲେ । ପରେ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ସମସ୍ତ କଥା ଶୁଣିବା ପରେ ନେନା ଙ୍କୁ ଭତା ପ୍ରଦାନ ପାଇଁ ନିର୍ଦେଶ ଦେବା ସହ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।