Home କେନ୍ଦୁଝର କିଡିନି ରୋଗରେ ଛାତ୍ରୀ ଗୁରୁତର ଅର୍ଥାଭାବରୁ ଚିକିତ୍ସାରୁ ବଞ୍ଚିତ

କିଡିନି ରୋଗରେ ଛାତ୍ରୀ ଗୁରୁତର ଅର୍ଥାଭାବରୁ ଚିକିତ୍ସାରୁ ବଞ୍ଚିତ

39

ହାଟଡିହି, ୨୮ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସୋସୋ ପଞ୍ଚାୟତ ଭଅଁରପୁର ଗ୍ରାମରେ ଜଣେ ୧୨ବର୍ଷୀୟ ୭ମ ଶ୍ରେଣୀ ଛାତ୍ରୀ କିଡିନି ରୋଗରେ ଗୁରୁତର ଅସୁସ୍ଥ ହୋଇଛନ୍ତି । ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହୋଇ ଘରେ ଅତି ଦୁଃଖକଷ୍ଟରେ ଦିନ କାଟୁଛନ୍ତି । ଖବରରୁ ଜଣାଯାଇଛି ଯେ ଗ୍ରାମର ଶରତ ନାଇକ ଓ ସୁଲୋଚନା ନାଇକ ଜଣେ ଦିନ ମଜୁରିଆ ଶ୍ରେଣୀର । ପରଘରେ କାମଦାମ କଲେ ପରିବାର ପେଟ ପୋଷନ୍ତି । ତାଙ୍କ ଝିଅ ଶ୍ରାବଣୀ ନାଇକ ବେଲମଳା ସ୍କୁଲର ଛାତ୍ରୀ ଥିବାବେଳେ ଗତ ୬ମାସ ପୁର୍ବେ କିଡିନି ରୋଗର ଶୀକାର ହୋଇଥିଲେ । ତାଙ୍କ ଗୋଡ ଓ ମୁହଁ ଫୁଲି ଯିବାରୁ ପରିବାର ଲୋକେ ପ୍ରଥମେ ଭଦ୍ରକ ଡାକ୍ତରଖାନା ଓ ପରେ କଟକ ଶିଶୁଭବନକୁ ନେଇ ଚିକିତ୍ସା କରାଉଥିଲେ । କିନ୍ତୁ ଡାକ୍ତରଖାନା େଔଷଧ ଖାଇବାପରେ କିଛିଦିନ ଠିକ ହୋଇ ଯାଉଛି ପୁଣି ଔଷଧ ବନ୍ଦ ହେଲେ ପୁର୍ବାବସ୍ଥାକୁ ଫେରି ଆସୁଛି । ଦୁଇ ଦୁଇଥର କଟକ ଶିଶୁଭବନକୁ ଯାଇ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାପା ମା ଏବେ ଅସହାୟ ହୋଇ ପଡିଛନ୍ତି । ସେମାନେ ଯେବେ ଝିଅକୁ ନେଇ ଡାକ୍ତରଖାନାକୁ ଯାଉଛନ୍ତି ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ସେମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାବେଳେ ଆର୍ôଥକ ଅଭାବ ଅନାଟନ ଯୋଗୁଁ ଝିଅକୁ ଡାକ୍ତରଖାନା ନେଇପାରୁ ନାହାନ୍ତି । ଯଦି ସରକାର କିମ୍ବା କେହି ସହୃଦୟ ବ୍ୟକ୍ତି କିମ୍ବା ସଂଗଠନ ସହାୟତା ଓ ସହଯୋଗର ହାତ ବଢ଼ାନ୍ତେ ତେବେ ଶ୍ରାବଣୀର ଉପଯୁକ୍ତ ଚିକିତ୍ସା କରାଇ ପାରନ୍ତେ ବୋଲି ବାପା ଶରତ ନାଇକ ଓ ମା ସୁଲୋଚନା କୋହଭରା କଣ୍ଠରେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.