Home ଜିଲ୍ଲା ପରିକ୍ରମା କିଟ ଏବଂ କିସ ପକ୍ଷରୁ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ସମାରୋହ

କିଟ ଏବଂ କିସ ପକ୍ଷରୁ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ସମାରୋହ

5

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ପାଳନ ସମାରୋହ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ସେଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷାବିତ ବୈକୁଣ୍ଠ ବିଶ୍ୱାଳ ଙ୍କ ସଭାପତିତ୍ୱ ଏହି ଜିଲ୍ଲା ସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଯୋଗ ଦେଈ ଏହି ଜିଲ୍ଲା ସ୍ତରୀୟ ଆର୍ଟ ଏଫ ଗିଭିଙ୍ଗ ସମାରୋହ ଟିକୁ ଉଦଘାଟନ କରିବା ସହିତ ଆର୍ଟ ଏଫ ଗିଭିଙ୍ଗ ହେଉଛି ସାମ୍ପ୍ରତିକ ସମାଜ ପାଇଁ ଏକ ସମୟ ଉପଯୋଗୀ ଆଦର୍ଶ ଚିନ୍ତନ ବୋଲି କହିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ପ୍ରଫେସର ରାମଚନ୍ଦ୍ର ପଣ୍ଡା, ଭଦ୍ରକ ବିଧାୟକ ଙ୍କ ପ୍ରତିନିଧି ତଥା ସମାଜସେବୀ ଶେଖର ମହାପାତ୍ର. ଅଧ୍ୟାପକ ଶୁଭେନ୍ଦୁ କୁମାର ବରାଳ, କିଟ ବିଶ୍ୱ ବିଦ୍ୟାଳୟ ର ନିର୍ଦେଶକ ସ୍ନେହାଶିଷ ରାଉତ ପ୍ରମୁଖ ଯୋଗ ଦେଈ ଆର୍ଟ ଅଫ ଗିଭିଂ ଦିବସ ପାଳନ ର ପରିକଳ୍ପନା କରିଥିବା ଡ଼ ଅଚ୍ୟୁତ ସାମନ୍ତ ଙ୍କ ଆଦର୍ଶ କାର୍ଯ୍ୟ ଓ ତାଙ୍କ ମାନବିକ ମୂଲ୍ୟ ବୋଧ ଉପରେ ଆଲୋଚନା କରିବା ସହିତ ସମସ୍ତେ ତାଙ୍କ ଭଳି ସମର୍ପିତ ମନୋଭାବ ନେଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପତିପାଦନ ହୋଇ ପାରିବ ବୋଲି କହିଥିଲେ। ଏହି ଅବସରରେ ଜିଲ୍ଲାର ରେ ସମର୍ପିତ ମନୋଭାବ ନେଇ ସମାଜ ସେବାରେ ବ୍ରତୀ ଥିବା ପୂର୍ବତନ ସରପଂଚ ଗୋଲକ ଚନ୍ଦ୍ର ସାମଲ.ବିଶିଷ୍ଟ ସମାଜସେବୀ ରାମ ଚନ୍ଦ୍ର ବେହେରା. ଆଦର୍ଶ ପ୍ରଧାନଶିକ୍ଷକ ନିରଞ୍ଜନ ସେଠୀ.ଆଦର୍ଶ ଶିକ୍ଷୟିତ୍ରୀ ଜୟନ୍ତୀ କର ଶର୍ମା. ଆଦର୍ଶ ଅଧ୍ୟାପକ ଶୁଭେନ୍ଦୁ କୁମାର ବରାଳ.କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ରେ ଓଡିଶା ଟପର ହୋଇଥିବା ଛାତ୍ର କାବ୍ୟ ରଞ୍ଜନ ମାଝୀ. ଆଦର୍ଶ ସଂଗଠନ ଭାବେ ଜିଲ୍ଲାଏକତା ରକ୍ତଦାନ ସଂଗଠନ ଆଦିଙ୍କୁ ଆର୍ଟ ଅଫ ଗିଭିଂ ସମ୍ମାନ ୨୦୨୫ ପ୍ରଦାନ କରାଯାଇଥିଲା। ଏହି ସମାରୋହ ରେ ଭଦ୍ରକ ର ବିଭିନ୍ନ ଅଂଚଳ ରୁ ପ୍ରାୟ ଦୁଇ ଶହ ରୁ ଅଧିକ ବୁଦ୍ଧିଜୀବୀ ଓ ଯୁବକ ଏବଂ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସାମ୍ବାଦିକ ନରେନ୍ଦ୍ର କୁମାର ସାମଲ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟ ରେ କିସ ଜିଲ୍ଲା ସଂଯୋଜକ ବିରେନ ମହାଲିକ ସୂଚନା ଦେଇଥିଲେ । ଶେଷରେ କିଟ ର କ୍ଷେତ୍ରୀୟ ଅଧିକାରୀ ଦୀପକ ବେହେରା ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.