Home ଆନ୍ତର୍ଜାତୀୟ କାହିଁକି କ୍ଷୋଭ ପ୍ରକାଶ କଲେ ଟ୍ରମ୍ପ

କାହିଁକି କ୍ଷୋଭ ପ୍ରକାଶ କଲେ ଟ୍ରମ୍ପ

715

ନୂଆଦିଲ୍ଲୀ,୨୪/୦୯,(ଓଡ଼ିଆ ପୁଅ ପି ନାଏକ): ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ନ ମିଳିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏଥିସହ ନୋବେଲ ଶାନ୍ତି ପୁରସ୍କାରର ଚୟନ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଯଦି ନିରପେକ୍ଷ ଭାବରେ ବିଚାର କରାଯାଇ ଏହି ପୁରସ୍କାର ଦିଆଯାଇଥାନ୍ତା ତେବେ ଅନେକ ପ୍ରସଙ୍ଗ ପାଇଁ ସେ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ ହୋଇଥାନ୍ତେ ବୋଲି ଟ୍ରମ୍ପ କହିଛନ୍ତି। ଅନ୍ୟପଟେ ବିଶ୍ୱ ଶାନ୍ତି ପାଇଁ ପ୍ରୟାସ କରିବାକୁ ଯାଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ୨୦୦୯ରେ ନୋବେଲ ପୁରସ୍କାର ମିଳିଥିଲା। ଏହାକୁ ନେଇ ମଧ୍ୟ ଟ୍ରମ୍ପ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତି ହେବା ପରେ ଓବାମାଙ୍କୁ ପୁରସ୍କୃତ କରାଯାଇଥିଲା ହେଲେ ତାଙ୍କୁ କ’ଣ ପାଇଁ ନୁହେଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.