ମୁମ୍ବାଇ ୧୬-୧ (ଓଡ଼ିଆ ପୁଅ) ନବୀନ କୁମାର ପ୍ରେମଲାଲ ଆର୍ୟ ନାମକ ବଲିଉଡ କାଷ୍ଟିଂଗ ଡାଇରେକ୍ଟରକୁ ମୁମ୍ବାଇ ପୋଲିସ୍ର ସାମାଜିକ ସେବା ଶାଖା (ଏସଏସବି) ସେକ୍ସ ରାକେଟ ଚଲାଉଥିବା ଅଭିଯୋଗରେ ଗିରଫ କରିଛି। ଏସଏସବି ୧୮ ଏବଂ ୨୫ ବର୍ଷର ଦୁଇ ଜୁନିୟର କଳାକାରଙ୍କୁ ଉଦ୍ଧାର କରିଛି, ଯେଉଁମାନେ ରାକେଟରେ ସାମିଲଥିଲେ।
ଏକ ରିପୋର୍ଟ ଅନୁସାରେ ପୋଲିସ୍ କହିଛି କି ଅଭିଯୁକ୍ତ ପ୍ରତି ମହିଳାଙ୍କ ପାଇଁ ୬୦,୦୦୦ ଟଙ୍କା ନେଉଥିଲା।
ଅଭିଯୁକ୍ତ ନିଜର ଦୁଇ ସାଥୀ, ଅଜୟ ଶର୍ମା ଏବଂ ବିଜୟର ସହାୟତାରେ ପଛ ପାଞ୍ଚ ବର୍ଷ ହେବ ର୍ୟାକେଟ ଚଲାଉଥିଲା। ଅଜୟ ଏବଂ ବିଜୟ ଫେରାର ଅଛନ୍ତି।
ଏସଏସବିର ଇଂସ୍ପେକ୍ଟର ସଂଧ୍ୟା ରେବଲେ କହିଛନ୍ତି କି ମୁମ୍ବାଇର ସେବନ ବଙ୍ଗଲା ନାମକ ସ୍ଥାନରେ ଏକ କୈଫେରେ ସେ ଏକ ଯୋଜନା ବନାଇଥିଲେ ଏବଂ ସେହି ଯୋଜନା ଅନୁଯାୟୀ ନବୀନ କୁମାର ସହ ସଂପର୍କ କରାଗଲା ଏବଂ ତାହା ସହ ଦୁଇ ଜଣ ମହିଳାଙ୍କୁ ପଠାଇବା ପାଇଁ ସହମତ ହେଲା, .େମାନଙ୍କ ମଧ୍ୟରେ ଜଣେ ମଡେଲ ଏବଂ କଳାକାର ଭାବେ ଫିଲ୍ମ ଉଦ୍ୟୋଗରେ କାମ କରୁଛନ୍ତି। ଅଭିଯୁକ୍ତ ପ୍ରତ୍ୟେକ ମହିଳା ପାଇଁ ଗ୍ରାହକଠାରୁ ୬୦୦୦୦ ଟଙ୍କା ଡିମାଣ୍ଡ କରିବା ସହିତ ହୋଟେଲ ଆଡଭାନ୍ସରେ ବୁକ କରିବା ପାଇଁ କହିଥିଲା।
ଯାହାପରେ ନବୀନ କୁମାର ମହିଳା ସାଥିରେ ସେଠାରେ ପହଁଞ୍ଚିଲା ଏବଂ ତାର ପରିଚୟ ପୁଷ୍ଟି ହେଲା, ପୋଲିସ୍ ତାକୁ ତୁରନ୍ତ ଗିରଫ କରିନେଲା ଏବଂ ବୟାନ ଲେଖାଯିବାପରେ ମହିଳା ଦ୍ୱୟଙ୍କୁ ଉଦ୍ଧାର କରାଯାଇଥିଲା।
ପଚରା ଉଚରା ପରେ ଜଣାପଡ଼ିଲା ଏହି ମହିଳା ଦ୍ୱୟ ଦିଲ୍ଲୀର ଏବଂ ଗତ ଏକ ବର୍ଷ ଏହି ର୍ୟାକେଟରେ ସାମିଲ ହୋଇଥିଲେ।