Home Top News କାଶ୍ମୀରର ପହଲଗାମରେ ବଡ଼ ଦୁର୍ଘଟଣା : ଖାଲକୁରେ ଖସିଲା ଯବାନଙ୍କ ବସ୍‌ – ଯବାନଙ୍କ ଶହୀଦ...

କାଶ୍ମୀରର ପହଲଗାମରେ ବଡ଼ ଦୁର୍ଘଟଣା : ଖାଲକୁରେ ଖସିଲା ଯବାନଙ୍କ ବସ୍‌ – ଯବାନଙ୍କ ଶହୀଦ ହେବାର ଖବର

75

ନୂଆ ଦିଲ୍ଲୀ ୧୬-୮ (ଓଡ଼ିଆ ପୁଅ) ଜାମ୍ମୁ କାଶ୍ମୀରରେ ଏକ ବଡ଼ ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ, ITBP ର ଏକ ବସ୍ ଦୁର୍ଘଟଣାର ଶିକାର ହୋଇଛି ଯେଉଁଥିରେ ୬ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି। ଖବରଅନୁଯାୟୀ, ଏହି ବସ୍‌ରେ ଥିବା ସମସ୍ତ ସୈନିକ ଅମରନାଥ ଯାତ୍ରା ଡ୍ୟୁଟିରେ ଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ଅନେକ ସୈନିକ ଆହତ ହୋଇଥିବା ଖବର ରହିଛି। କୁହାଯାଇଛି ଯେ ବସ୍‌ରେ ୩୯ ସୈନିକ ଥିଲେ। ଏହି ଦୁର୍ଘଟଣା ପହଲଗାମର ଚନ୍ଦନୱାଡିରେ ଘଟିଛି।

ଉଦ୍ଧାର କାର୍ଯ୍ୟ ଚାଲିଛି। ଆଇଟିବିପି କର୍ମଚାରୀଙ୍କୁ ନେଇ ଯାଉଥିବା ବସ୍ ଖାଲକୁ ଖସିପଡିଛି। ଏହା ପରେ ଅନେକ ସୈନିକ ଆହତ ହୋଇଥିବା ବେଳେ ପ୍ରାଥମିକ ଖବରରୁ ୬ ଜଣ ସୈନିକ ସହିଦ ହୋଇଥିବା ଖବର ଆସୁଛି।

ଏହି ବସ୍‌କୁ ଜାମ୍ମୁ କାଶ୍ମୀର ପୋଲିସ୍ କର୍ମଚାରୀ ଚଳାଉଥିଲେ ଯେଉଁଥିରେ ଡ୍ରାଇଭର ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଗାଡିର ବ୍ରେକ୍ ଫେଲ ହେବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ଏହି ଘଟଣାରେ ଅନେକ ଯବାନ ମଧ୍ୟ ଆହତ ହୋଇଛନ୍ତି ଏବଂ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.