ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା ମେଳାରେ ଲକ୍ଷାଧିକ ସଂଖ୍ୟାରେ ଜନ ସମାଗମ ହେଉଥିବାରୁ ବିଶେଷକରି ଖାଦ୍ୟ ବ୍ୟବସାୟୀମାନେ ବାସି ଖାଦ୍ୟ, କୃତିମ ରଂଗ ଓ ଅପମିଶ୍ରଣଯୁକ୍ତ ଖାଦ୍ୟ ବିକ୍ରୟ କରିବାର ଆଶଙ୍କା ଥିବାରୁ ଖାଦ୍ୟ ନିରାପତା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଧରପଗଡ କରାଯାଇଥିଲା। ମେଳାରେ ଲାଗିଥିବା ବିଭିନ୍ନ ଖାଦ୍ୟ ଷ୍ଟଲମାନଙ୍କରେ ତଦନ୍ତ କରିବା ଅବସରରେ କେତେକ ଦୋକାନରେ ଅତ୍ୟଧିକ ରଂଗଯୁକ୍ତ ଖାଦ୍ୟ ପ୍ରସ୍ତୁତ ହୋଇଥିବା ସହ ବାସି ଖାଦ୍ୟ ବିକ୍ରି ହେଉଥିବାର ମଧ୍ୟ ଦେଖାଯାଇଥିଲା। ଯାହା ଖାଦ୍ୟ ନିରାପତା ସ୍କ୍ୱାର୍ଡର ନଜରକୁ ଆସିଥିଲା। ଫଳରେ ଏହି ସ୍କ୍ୱାର୍ଡର ଚଢାଉ ପରେ ଜବତ କରାଯାଇଥିବା ସମସ୍ତ ଖାଦ୍ୟକୁ ନଷ୍ଟ କରାଯିବା ସହିତ ସେମାନଙ୍କ ନିକଟରୁ ୫୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବିଷୟ ବିଭାଗୀୟ ସୂତ୍ରରୁ ଜଣାପଡିଛି।