Home ଜିଲ୍ଲା ପରିକ୍ରମା କାଳିମେଘା ଗ୍ରାମର ମା’ ସଙ୍କଟ ତାରିଣୀଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉଦଯାପିତ

କାଳିମେଘା ଗ୍ରାମର ମା’ ସଙ୍କଟ ତାରିଣୀଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉଦଯାପିତ

8

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଂଚାୟତ ଅଧୀନ କାଳୀମେଘା ଗ୍ରାମର ମା’ ସଙ୍କଟ ତାରିଣୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ମାଙ୍କ ରୁଦ୍ରାଭିଷେକ, ଜଳାଭିଷେକ, ନବ ଯୌବନ ବେଶ, ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ରାଜ ରାଜେଶ୍ୱରୀ ବେଶ ଅନୁଷ୍ଠିତ ହୋଇଥିବା ବେଳେ ଚାଲିଥିବା ଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା । ପ୍ରତିଷ୍ଠା ଉତ୍ସବ ପ୍ରାରମ୍ଭ ଦିବସରେ ଏକ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମନ୍ଦିର ନିକଟରୁ ଶତାଧିକ ଶ୍ରଦ୍ଧାଳୁ କଳସ ଶୋଭାଯାତ୍ରାରେ ବାହାରି ମୁକୁନ୍ଦପୁର ଗ୍ରାମସ୍ଥିତ ପୋଖରୀରୁ କଳସ ବୁଡ଼ାଇ ଫେରିବା ପରେ କଳସସବୁକୁ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା। କର୍ତାଭାବେ ପ୍ରଶାନ୍ତ କୁମାର ମହାନ୍ତି ଓ ଅନୁପମା ମହାନ୍ତି, ମୁଖ୍ୟ ପୂଜକ ପ୍ରସନ୍ନ କରଙ୍କ ସମେତ ସୁଶାନ୍ତ କର, କ୍ଷୀରୋଦ ତ୍ରିପାଠୀ, ବିଜୟ ଦାସ, ସନ୍ତୋଷ ପଣ୍ଡା, ନିରଞ୍ଜନ କର, ପ୍ରଶାନ୍ତ ପଣ୍ଡା, ସଂଗ୍ରାମ କର ଓ ବିଶ୍ୱଜିତ ତ୍ରିପାଠୀ ପୂଜା କାର୍ଯ୍ୟ ତୁଲାଇଥିଲେ। ଏହି ଉପଲକ୍ଷେ ଅଧିବାସ ଓ ଅଙ୍କୁରାରୋପଣ, ମାଙ୍କ ନଗର ପରିକ୍ରମା, ସୂର୍ଯ୍ୟ ପୂଜା, ଗୀତା ପାଠ, ଯଜ୍ଞସୁ ଦେବତାଦି ପୂଜା ଓ ହବନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମାଜସେବୀ ସୁରେନ୍ଦ୍ର ସାହୁ, ହେମନ୍ତ କୁମାର ମହାନ୍ତି, ସୁରେଶ ମହାପାତ୍ର, ସୁମନ୍ତ ମହାନ୍ତି, ରାଧୁଚରଣ ସେନାପତି, କୈଳାସ ହୋତା, ନରେନ୍ଦ୍ର ସାହୁ, ହରିହର ସାହୁ, ଅକ୍ଷୟ ବଳ, ପିତାମ୍ବର ମହଲା, ସୁଜିତ ପ୍ରଧାନ, ଅଜୟ ନାୟକ, ରମାକାନ୍ତ ନାୟକ, ବସନ୍ତ ମହାନ୍ତି, ସୁଶାନ୍ତ ମହାନ୍ତି, ଭୁପେଶ ମହାନ୍ତି, ସ୍ମୃତିରଞ୍ଜନ ମହାନ୍ତି ପ୍ରମୁଖଙ୍କ ସମେତ ସମସ୍ତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.