Home ଜିଲ୍ଲା ପରିକ୍ରମା କାଳବୈଶାଖୀରେ ଉପୁଡିଲା ଗଛ ଓ ଇଲେକ୍ଟ୍ରି ପୋଲ

କାଳବୈଶାଖୀରେ ଉପୁଡିଲା ଗଛ ଓ ଇଲେକ୍ଟ୍ରି ପୋଲ

42

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକରେ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍ ସମୟରେ କାଳବୈଶାଳୀ ଜନିତ ବର୍ଷା, ଘଡଘଡି ଓ ତୀବ୍ର ବେଗରେ ପବନ ବହିଥିଲା । ଘଣ୍ଟାଏ କାଳ ବର୍ଷା ସାଙ୍ଗକୁ ଘଡଘଡି ଓ ଖୁବ୍‌ଜୋରରେ ପବନ ମଧ୍ୟ ହୋଇଥିଲା । ଏହାର ପ୍ରଭାବ ଭଦ୍ରକର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବଡ ବଡ ଗଛ ଉପୁଡି ପଡିବା ସହ ଇଲେକ୍ଟ୍ରି ପୋଲ ମଧ୍ୟ ଉପୁଡି ପଡିଥିଲା । ଏବଂ ରାସ୍ତା ଉପରେ ପଡିଯିବା ଫଳରେ ଗାଡି ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । ଏବଂ କିଛି ସ୍ଥାନରେ ଇଲେକ୍ଟ୍ରି ପୋଲମାନ ଉପୁଡିଯାଇ ତଳେ ପଡିଥିବାବେଳେ ଇଲେକ୍ଟ୍ରି ତାର ଗୁଡିକ ଏଣେତେଣେ ହୋଇ ଝୁଲି ପଡିଥିବାର ଦେଖାଯାଇଥିଲା । ଏହି କାଳବୈଶାଖୀ ପ୍ରଭାବରେ ବଡ ଗଛ ଓ ବିଦ୍ୟୁତ୍ ଖୁଣ୍ଡ ଦୋକାନ ଘର ଓ ଗାଡିମୋଟର ଉପରେ ପଡିବା ଫଳରେ ବହୁ ଘର ଓ ଦୋକାନ ସାମଗ୍ରୀ ନଷ୍ଟ ହୋଇଯାଇଥିଲା । ଏମିତିକି ଗ୍ରାମାଞ୍ଚଳରେ ହୋଇଥିବା କୁକୁଡା ଫାର୍ମ ମଧ୍ୟ ସଂପୂର୍ଣ୍ଣ ପବନରେ ନଷ୍ଟଭ୍ରଷ୍ଟ ହୋଇଯାଇଛି । ଯାହାଫଳରେ ଭଦ୍ରକରେ ଅପରାହ୍ନ ୩ ଘଟିକାରୁ ରାତି ୮ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.