Home ଓଡ଼ିଶା କାଲି ଠାରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ – ଗଣ ଶିକ୍ଷା ମନ୍ତ୍ରୀ

କାଲି ଠାରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ – ଗଣ ଶିକ୍ଷା ମନ୍ତ୍ରୀ

429

ଭୁୁବନେଶ୍ୱର ୨୫ା୫ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ ) କୋରୋନା ଲକ୍‌ଡାଉନ୍ ଏବଂ ବାତ୍ୟା ଅମ୍ଫାନକୁ ନେଇ ଦୁଇଥର ବାତିଲ ହୋଇଥିବା ମାଟ୍ରିକ ଖାତା ମୂଲ୍ୟାୟନ କାଲି ଠାରୁ ଆରମ୍ଭ ହେବ। ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖିବେ ୨୩, ୦୦୦ ଶିକ୍ଷକ ଶିକ୍ଷୟିତ୍ରୀ। ସମ୍ପୂର୍ଣ୍ଣ କରୋନା କଟକଣା ଓ ଏସ.ଓ.ପି ଅନୁଯାୟୀ ଆରମ୍ଭ ହେବ ଖାତାଦେଖା। ଏବେ ତିନିଟି ନୁହେଁ, ପୂର୍ବ ପରି ଗୋଟିଏ ପର୍ଯ୍ୟାୟରେ ଖାତା ଦେଖା ହେବ ବୋଲି ହୋଇଛି ନିଷ୍ପତ୍ତି। ସକାଳ ୧୦ଟା ରୁ ୩ଟା ହେବ ଖାତା ଦେଖା ହେବ। ଦଶ କିଲୋମିଟର ଭିତରେ ଥିବା ମୂଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇ କୋର୍ଟ। ଆଜି ସମସ୍ତ କେନ୍ଦ୍ରଗୁଡିକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି। କରୋନାର ସମସ୍ତ ନିୟମ ଓ ଏସ.ଓ.ପି. ମାନି ଖାତା ଦେଖା ଆରମ୍ଭ ହେବ ବୋଲି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ସମୟରେ ଖାତାଦେଖା ଶେଷ କରିବା ସହ ଜୁଲାଇ ଶେଷ ସପ୍ତାହରେ ଫଳ ପ୍ରକାଶ କରାଯିବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.