Home ଜିଲ୍ଲା ପରିକ୍ରମା କାର ବୋଝେଇ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ

କାର ବୋଝେଇ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ

105

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ୩ଟି ଥାନା ଅଂଚଳରେ ଦୀର୍ଘବର୍ଷ ଧରି ନକଲି ଜର୍ଦ୍ଦା କାରଖାନା ଚାଲିଆସୁଥିବାବେଳେ ପୁଲିସ୍ ସେମାନଙ୍କୁ ବହୁ ସମୟରେ ଠାବ କରି ବିପୁଳ ପରିମାଣର ସାମଗ୍ରୀ ଓ ଯନ୍ତ୍ରାଂଶ ଜବତ କରିଆସୁଛି । ତେବେ ପୁଲିସ୍ ଗୋଟିଏ ପଟେ ଚଢାଉ କରୁଥିବାବେଳେ ଅନ୍ୟପଟେ ଅପରାଧୀମାନେ ସେମାନଙ୍କର ଏହି ବ୍ୟବସାୟକୁ ବଢାଇ ଚାଲିଛନ୍ତି । ଏହାକୁ ରୋକିବା ଦିଗରେ ପୁଲିସ୍ ଯେତେ ଜାଲ ବିଛାଉଥିଲେ ମଧ୍ୟ ଏହା ବନ୍ଦ ହେଉନାହିଁ । ପ୍ରତିଦିନ ଏହି ନକଲି ଜର୍ଦ୍ଦା ବେପାରୀମାନେ ଅଳ୍ପ ବହୁତେ ଧରା ପଡୁଥିଲେ ବି ସେମାନେ ତାଙ୍କର ଏହି କାରବାରକୁ ବୃଦ୍ଧି କରିବାରେ ଲାଗିଛନ୍ତି । ଆଜି ଅନୁରୂପ ଭାବେ ଗ୍ରାମାଞ୍ଚଳ ପୁଲିସ୍ ଦ୍ୱାରା ଏକ ସୁଇଫ୍ଟ କାର୍‌ରେ ବିପୁଳ ପରିମାଣର ନାମୀଦାମୀ କଂପାନୀର ଜର୍ଦ୍ଦାକୁ ଅର୍ଣ୍ଣପାଳ ଗଜେନ୍ଦ୍ରପୁର ନିକଟରୁ ଜବତ କରିଛି । ଯଦିଓ ଓଡି-୨୨ଏମ୍‌-୯୭୩୧ ନମ୍ବରର ଏହି ଜର୍ଦ୍ଦା ବୋଝେଇ ସୁଇଫ୍ଟ କାର୍‌ଟିକୁ ପୁଲିସ୍ ଜବତ କରିଥିଲେ ବି ଡ୍ରାଇଭର ଓ ସହଯୋଗୀ ମାନେ ଫେରାର ହୋଇଯାଇଥିବାର ସୂଚନା ମିଳିଛି । ଗ୍ରାମାଞ୍ଚଳ ଥାନା ଅଧିକାରୀ କାର୍‌ଟିକୁ ଥାନାକୁ ଆଣିବା ସହିତ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ କରି ଫେରାର ହୋଇଯାଇଥିବା ଅଭିଯୁକ୍ତକୁ ଧରିବାର ପ୍ରୟାସ କରୁଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.