Home Top News କାର ଧକ୍କା ଦେଲା ବାଇକକୁ ଜାତୀୟ ରାଜପଥରେ ଜଳିଗଲା ବାଇକ

କାର ଧକ୍କା ଦେଲା ବାଇକକୁ ଜାତୀୟ ରାଜପଥରେ ଜଳିଗଲା ବାଇକ

67

କେନ୍ଦ୍ରାପଡା, ୨୬ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ୫ନମ୍ବର(କ) ଜାତୀୟ ରାଜପଥରେ ଏକ କାର ଅନ୍ୟ ଏକ ବାଇକକୁ ଧକ୍କା ଦେବାରୁ ସଂପୃକ୍ତ ବାଇକଟି ଜଳି ଯାଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଇକଟି ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ ଅନ୍ତର୍ଗତ ପୁରୁଳିଆ ଗ୍ରାମର ସୁବ୍ରତ ନାୟକଙ୍କର। ସୁବ୍ରତ ତାଙ୍କ ପତ୍ନୀଙ୍କୁ ବାଇକ ପଛରେ ବସାଇ ପାରାଦ୍ୱୀପ ଅଭିମୁଖେ ଯାଉଥିଲେ। ଅପରାହ୍ନ ପ୍ରାୟ ୪ଟା ସମୟରେ ୫ନମ୍ବର(କ) ଜାତୀୟ ରାଜପଥର ଶ୍ୟାମସୁନ୍ଦରପୁର ଗଡ଼ା ନିକଟରେ ତାଙ୍କ ବାଇକକୁ ଏକ କାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣାଟି ଏତେ ଜୋର ଥିଲା ଯେ ବାଇକଟି ଜଳି ଯାଇଥିଲା। ଖବର ପାଇ କେନ୍ଦ୍ରାପଡା ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର ଓ ବାଇକକୁ ଥାନାକୁ ନେଇଥିଲା। ଏଥିସହ ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.