Home ଓଡ଼ିଶା କାର-ଅଟୋ ଧକ୍କା, ୫ ଗୁରୁତର

କାର-ଅଟୋ ଧକ୍କା, ୫ ଗୁରୁତର

516

କୋରାପୁଟ ୧୩-୦୫ (ଓଡିଆ ପୁଅ/ରଂଜନ କୁମାର ଦାସ) ସୋମବାର ପୂର୍ବାହ୍ନ୍ନରେ ସେମିଲିଗୁଡା-ନନ୍ଦପୁର ରାସ୍ତାର ସାତସେମିଳି ଗାଁ ନିକଟରେ ଏକ କାର ଓ ଅଟୋରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୦ଜଣ ଆହତ ହୋଇଥିବାବେଳେ ୫ଜଣ ଗୁରୁତର ରହିଛନ୍ତି। ଗୁରୁତର ମାନଙ୍କୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ନନ୍ଦପୁର ବ୍ଲକ ପରଜାବୁରୁଡା ଗ୍ରାମର ୧୦ଜଣ ବ୍ୟକ୍ତି ନନ୍ଦପୁର ଯାଉଥିବାବେଳେ ସାତସେମିଳି ଗ୍ରାମ ନିକଟରେ ଅଟୋଟି ଠିଆହୋଇଥିବା ବେଳେ ଅପରପକ୍ଷରୁ ଆସୁଥିବା ଏକ କାର ଧକ୍କା ଦେଇଥିଲା। ଫଳରେ ଅଟୋ ଚାଳକ ବାସୁ ଖରା ସମେତ ୧୦ଣ ଆହତ ହୋଇଥିଲେ। ଆହତ ମାନଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରା ଯାଇଥିଲା। ତେବେ ଆହତଙ୍କ ମଧ୍ୟରୁ ଅଟୋ ଚାଳକ ବାସୁ ଖରା, (୩୦), ଭାନୁମତି କିର୍ଷାନୀ(୪୫), ବୃନ୍ଦା ପାଙ୍ଗି, (୪୦), ଗୋବର୍ଦ୍ଧନ ବୁରୁଡି(୫୦), ପାର୍ବତୀ ଭୋଇଙ୍କୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଭାନୁମତିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଆଧାରକାର୍ଡ ନିମନ୍ତେ ଫଟୋ ଉଠାଇବାକୁ ଏମାନେ ସବୁ ନନ୍ଦପୁର ବ୍ଲକକୁ ଆସୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.