Home ଜିଲ୍ଲା ପରିକ୍ରମା କାର୍‌-ଅଟୋ ଦୁର୍ଘଟଣାରେ ଯାତ୍ରୀ ଗୁରୁତର

କାର୍‌-ଅଟୋ ଦୁର୍ଘଟଣାରେ ଯାତ୍ରୀ ଗୁରୁତର

18

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥରେ ଏକ ଅଟୋ ଓ କାର୍ ମଧ୍ୟରେ ଦୁର୍ଘଟଣା ଘଟି ଅଟୋରେ ଥିବା ଯାତ୍ରୀମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାର ଜଣାପଡିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ୧୬ନଂ ଜାତୀୟ ରାଜପଥ ପାଳଦା ଛକ ନିକଟରେ ଓଡି-୩୩ଏଏମ୍‌-୦୦୫୯ ନମ୍ବରର ଏକ କାର୍ ସହ ଏକ ଯାତ୍ରୀବାହୀ ଅଟୋର ଧକ୍କା ହୋଇଥିଲା। ଏହି ଘଟଣାରେ ଅଟୋରେ ଥିବା ଯାତ୍ରୀମାନେ ଗୁରୁତର ହୋଇପଡିଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିବାବେଳେ ପୁଲିସ୍ ଘଟଣାସ୍ଥଳରେ ପହଂଚି ଉଭୟ ଗାଡିକୁ ଜବତ କରି ତଦନ୍ତ କରୁଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.