Home ଜିଲ୍ଲା ପରିକ୍ରମା କାର୍ଯ୍ୟକ୍ଷମ ହୋଇପାରୁନି ମହିଳା ମହାସଂଘ ଗୃହ, ଗୃହକୁ ଯିବେନି ବୋଲି ଅଡ଼ିବସିଛନ୍ତି ମହିଳା

କାର୍ଯ୍ୟକ୍ଷମ ହୋଇପାରୁନି ମହିଳା ମହାସଂଘ ଗୃହ, ଗୃହକୁ ଯିବେନି ବୋଲି ଅଡ଼ିବସିଛନ୍ତି ମହିଳା

29

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରାମାଞ୍ଚଳରେ ଥିବା ମହିଳା ମାନଙ୍କର ସାମଗ୍ରିକ ବିକାଶ ପାଇଁ ଓଡ଼ିଶା ସରକାର ଓଡ଼ିଶା ଜୀବିକା ମିଶନ ସୃଷ୍ଟି କରିଛନ୍ତି । ଏହି ବିଭାଗ ମାଧ୍ୟମରେ ପ୍ରତି ପଞ୍ଚାୟତରେ ମହାସଂଘ ଗଠନ ସହ ତା ଅଧିନରେ ୧୦ରୁ ୨୦ ଗୋଟି ଆଞ୍ଚଳିକ ମଞ୍ଚ ଏବଂ ପ୍ରତି ଆଞ୍ଚଳିକ ମଞ୍ଚରେ ୫ ରୁ ୧୦ଟି ସ୍ୱୟଂସହାୟିକା ଗୋଷ୍ଠୀ ରହିଛନ୍ତି । ପଞ୍ଚାୟତ ସ୍ତରରେ ମହିଳା ମାନଙ୍କ ସାମଗ୍ରୀକ ବିକାଶ ପାଇଁ ରାଜ୍ୟସରକାର ମହାସଂଘକୁ ଲକ୍ଷଲକ୍ଷ ଟଙ୍କା ଯୋଗାଇ ଦେଉଛନ୍ତି । କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଜିପିଏଲଏଫ ମାଧ୍ୟମରେ ଜଣେ ଦକ୍ଷ ନଥିପତ୍ର ସଂରକ୍ଷକ (ଏମବିକେ) ଓ ପ୍ରତି ମଞ୍ଚ ପାଇଁ ଜଣେ ଗୋଷ୍ଠୀ ସହାୟିକା (ସିଆରପି) ନିଯୁକ୍ତି ପାଇଛନ୍ତି । ସେମାନଙ୍କ କାର୍ଯ୍ୟକୁ ତଦାରଖ କରିବାକୁ ବ୍ଲକସ୍ତରରେ ଜଣେ କୋ ଅଡ଼ିନେଟର (ବିଏଲସି) ରହିଛନ୍ତି । ସରକାର ଇତି ମଧ୍ୟରେ ଉକ୍ତ ବିଭାଗକୁ ସ୍ୱତନ୍ତ୍ର ଭାବେ ମିଶନ ଶକ୍ତି ବିଭାଗ କରି କାର୍ଯ୍ୟକ୍ଷମ କରି ସାରିଛନ୍ତି । ବନ୍ତ ବ୍ଲକରେ କେତେକ ବେତନଭୋଗୀ କର୍ମଚାରୀ ମିଶନ ଶକ୍ତି କାର୍ଯ୍ୟରେ ହସ୍ତକ୍ଷେପ କରି ନିଜ ଜିଦ ଓ ଅହମିକା ପ୍ରକାଶ ପୂର୍ବକ ମିଶନଶକ୍ତିକୁ ବଦନାମ କରି ମୁଖ୍ୟମନ୍ତ୍ରୀଙ୍କ୍ ଭାବମୂର୍ତ୍ତିରେ ଆଞ୍ଚ ଆଣିବାକୁ ଅପଚେଷ୍ଟା ଚଳାଇଛନ୍ତି ।

ଏହିପରି ଘଟଣା ଦେଖିବାକୁ ମିଳିଛି ମିଶନ ଶକ୍ତି ଗୃହ କାର୍ଯ୍ୟକ୍ଷମ ହେବା କ୍ଷେତ୍ରରେ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋପିନାଥପୁର ଗ୍ରା:ପ:ର ଶାସକ ଦଳ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟା ଏହି ପଞ୍ଚାୟତର ୱାର୍ଡ଼ ନଂ୧୨ର ମିଶନଶକ୍ତି ଆମ ଗାଁ ଆମ ବିକାଶ ଯୋଜନାରେ ମହାସଂଘ ଗୃହଟି ୫ଲକ୍ଷ ୫୦ ହଜାର ଟଙ୍କା ବ୍ୟୟବରାଦରେ ଗ୍ରାମଦେବତୀ ମା’ ମଙ୍ଗଳା ପୀଠ ନିକଟରେ ନିର୍ମାଣ ହୋଇ ପାଇଖାନା ଓ ଜଳଯୋଗାଣ କାର୍ଯ୍ୟ ସରିଥିଲେ ବି ତାହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ତଥା ମହିଳାମାନଙ୍କ ବିରୋଧ ଯୋଗୁଁ ମହାସଂଘ ଗୃହ ସମାପ୍ତି କୁ ୪ମାସ ବିତିବାକୁ ବସିଥିଲେବି ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ । ଅନୁସନ୍ଧାନରୁ ଜଣାଯାଇଛି ଯେ ମିଶନଶକ୍ତି ଗୃହର ସ୍ଥାନ ନିରୂପଣ ସମୟରେ ରାଜନୈତିକ ଚାପରେ ଏପରି ଏକ ସ୍ଥାନ ନିରୂପିତ ହୋଇଛି ଯେ ସେଠାକୁ ଗ୍ରାମର ମହିଳାମାନଙ୍କ ଯିବା ଆସିବା ନାହିଁ । ଅପରପକ୍ଷେ ଏହି ସ୍ଥାନଟି ନଦୀକୂଳିଆ ନିଛାଟିଆ ଜାଗା ହୋଇଥିବାରୁ ତଥା ଭୟଉଦ୍ରେକକାରୀ ଶକ୍ତି ସେଠାରେ ବାସକରୁଥିବାର ବିଶ୍ୱାସ ଥିବାରୁ ଏହାର ଖରାପ ପ୍ରଭାବ ସ୍ତ୍ରୀଲୋକମାନଙ୍କ ଉପରେ ପଡ଼ିବ ବୋଲି କେତେକ ମହିଳା ପ୍ରକାଶ କରିଛନ୍ତି । ପୂର୍ବରୁ ମହିଳାମାନେ ଉପରୋକ୍ତ ସମାସ୍ୟା ନେଇ ତହସିଲଦାର ଇନ୍ଦିରା ସାହୁଙ୍କୁ ଅବଗତ କରାଇଥିବା ବେଳେ ଏବେ ବିଡ଼ିଓ ଅଙ୍କିତା ବାରିକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.