Home ଜିଲ୍ଲା ପରିକ୍ରମା କାରଗିଲ ସହୀଦ ଦିବସରେ ଧାମରାଇ ମଣ୍ଡଳ ତରଫରୁ ଦ୍ୱୀପ ଦାନ

କାରଗିଲ ସହୀଦ ଦିବସରେ ଧାମରାଇ ମଣ୍ଡଳ ତରଫରୁ ଦ୍ୱୀପ ଦାନ

36

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାରଗିଲ ବିଜୟ ଦିବସର ୨୬ତମ ପୂର୍ତୀ ଅବସରରେ ବୀର ସହୀଦ ମାନଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ସମୂହ ଭାବେ ପୂଜାର୍ଚ୍ଚନା ଏବଂ ଦ୍ୱୀପ ଦାନ କରାଯାଇଛି। ଏହି ଅବସରରେ ଧାମରାଇ ମଣ୍ଡଳର କର୍ମୀ ମାନେ ଏକ କ୍ୟଣ୍ଡେଲ ଶୋଭାଯାତ୍ରା କରିବା ପରେ ଆସି ଧାମରାଇ ମନ୍ଦିର ନିକଟରେ ପହଂଚିଥିଲେ। ପରେ ସମୂହ ଭାବେ ଦ୍ୱୀପ ଦାନ କରିବା ସହ ସହୀଦ ଜବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପୂଜାପାଠ ମଧ୍ୟ କରିଥିଲେ। ପରେ ହୋଇଥିବା ସଭାରେ କାରଗିଲର ବିଜୟ ଦିବସର ୨୬ତମ ପୂର୍ତୀ ଅବସରରେ ସହିଦ ମାନଙ୍କ ଉପଲକ୍ଷେ ୨ମିନଟ ନୀରବ ପ୍ରାର୍ଥନା କରିବା ସହ ଭାରତୀୟ ସୈନିକ ମାନଙ୍କର ତ୍ୟାଗ ଏବଂ ଦେଶପ୍ରେମ ଉପରେ ନିଜ ନିଜର ସାରଗର୍ଭକ ବକ୍ତବ୍ୟ ରଖିଥିଲେ।ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ଏବଂ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଧାମରାଇ ମଣ୍ଡଳ ସଭାପତି ତ୍ରିଦିବେଶ ପ୍ରଧାନ, ଧାମରା ସମିତି ସଭ୍ୟ ପାପା ଜେନା, ଜାଗୁଳା ପଂଚାୟତ ସମିତି ସଭ୍ୟ ସଂଯୁକ୍ତା ଦାସ, ସୁବାଶ ଦାସ, ରୁଦ୍ର ମହାନ୍ତି, ରମେଶ ବାରିକ, ସନ୍ଦୀପ ମହାନ୍ତି, ନିକୁଞ୍ଜ ମଲିକ, ଅକ୍ଷୟ ବେହେରା, ମାନଓ ନାୟକ, ବସନ୍ତ ଖିଲାର, ଦେବବ୍ରତ ବିଶ୍ୱାଳ, ଅମଳେନ୍ଦୁ ବେରା, ଶୁକଦେବ ମଣ୍ଡଳ,ପ୍ରହ୍ଲାଦ ସ୍ୱାଇଁ, ସମାଜସେବୀ ଶରତ ଦଳେଇଙ୍କ ସମେତ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଯୁବକ ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.