Home ଓଡ଼ିଶା କାରଗିଲ୍ ବିଜୟ ଦିବସ ଉପଲକ୍ଷେ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ୨ ଦିନିଆ ତ୍ରିରଙ୍ଗା ଯାତ୍ରା

କାରଗିଲ୍ ବିଜୟ ଦିବସ ଉପଲକ୍ଷେ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ୨ ଦିନିଆ ତ୍ରିରଙ୍ଗା ଯାତ୍ରା

45

– କାରଗିଲ୍ ବିଜୟ ଦିବସ ଉପଲକ୍ଷେ ଦୁଇ ଦିନିଆ ତ୍ରିରଙ୍ଗା ଯାତ୍ରା
– ଶ୍ରୀନଗର ଲାଲଚୈାକଠାରୁ ଆରମ୍ଭ ହୋଇ କାରଗିଲ୍‌ରେ ଶେଷ ହେବ ଏହି ଯାତ୍ରା
– ଓଡ଼ିଶାରୁ ଯୋଗ ଦେଲେ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ, ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅର୍ପିତା ଅପରାଜିତା ବଡ଼ଜେନା, ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ପ୍ରୀତେଶ ବହିଦାର

ଭୁବନେଶ୍ୱର ୨୫/୦୭ (ଓଡ଼ିଆ ପୁଅ) : ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ତେଜସ୍ୱୀ ସୁର‌୍ୟାଙ୍କ ନେତୃତ୍ୱରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଜୁଲାଇ ୨୫, ୨୦୨୨ରୁ କାରଗିଲ୍ ବିଜୟ ଦିବସ ଉପଲକ୍ଷେ ଦୁଇ ଦିନିଆ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇଯାଇଛି। ଏହି ଯାତ୍ରା ଶ୍ରୀନଗର ଲାଲଚୈାକଠାରୁ ଆରମ୍ଭ ହୋଇ କାରଗିଲ୍‌ରେ ଶେଷ ହେବ। ଜୁଲାଇ ୨୬ରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ସହିଦ୍ ସ୍ମାରକୀ ଦିବସକୁ କାରଗିଲ୍ ଯୁଦ୍ଧଭାବେ ପାଳନ କରିବ। ରାଜ୍ୟର ସବୁ ସହିଦମାନଙ୍କ ଘର ପ୍ରାଙ୍ଗଣରୁ ମାଟି ଆଣିବାକୁ ଶ୍ରୀ ସୁର‌୍ୟାଙ୍କ ସମସ୍ତ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ସୁର‌୍ୟା କହିଛନ୍ତି, ୩୭୦ ରଦ୍ଦ ହେବା ପରେ କାଶ୍ମୀରରେ ବିଜେପିର ପ୍ରଥମ ସାଙ୍ଗଠନିକ କାର୍ଯ୍ୟକ୍ରମ ନେତୃତ୍ୱ ନେବା ଯୁବମୋର୍ଚ୍ଚା ପାଇଁ ଗର୍ବର ବିଷୟ। ବିଜୟ ଦିବସରେ ଏହି ଯାତ୍ରାରେ ସମଗ୍ର ଭାରତର ଯୁବମୋର୍ଚ୍ଚା କର୍ମୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ବାର୍ତ୍ତା ଦେଶର ପ୍ରତ୍ୟେକ ନାଗରିକଙ୍କ ନିକଟରେ ପଂହଚିବ।

ଏହି ପଦଯାତ୍ରାରେ ଯୁବ ମୋର୍ଚ୍ଚାର ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି ଉପସ୍ଥିତ ରହିବେ। ଶ୍ରୀନଗର ଲାଲଚୋକଠାରୁ ପତାକା ଉତୋଳନ କରି ବାଇକ ରାଲି କରିବେ। ଏହି ଯାତ୍ରାରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ, ଯୁବମୋର୍ଚ୍ଚା ପ୍ରଭାରୀ ତରୁଣ୍ ଚୁଗ୍ ମୁଖ୍ୟ ଅତିଥିଭାବେ ଯୋଗ ଦେବେ। ବହୁ ସାଂସଦ ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଏହି ବାଇକ ରାଲିରେ ଅଂଶ ଗ୍ରହଣ କରିବେ। ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ସହିଦ ସ୍ମାରକୀ ଶ୍ରଦ୍ଧାଞ୍ଜଳି ଦେବେ। ଆଜାଦି ଅମୃତ ମହୋତ୍ସବକୁ ୭୫ମିଟର ଲମ୍ବା ଭାରତୀୟ ଜାତୀୟ ପତାକା ଉନ୍ମୋଚନ କରିବେ। କାରଗିଲ ଯୁଦ୍ଧର ହିରୋ ଜେନେରାଲ ବିକେ ସିଂହ ମୁଖ୍ୟ ଅତିଥିରୂପେ ଉପସ୍ଥିତ ରହିବେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଧାରା ୩୭୦ ରଦ୍ଦ ହେବା ଏବଂ ଜାମ୍ମୁ-କାଶ୍ମୀରର ସାମ୍ବିଧାନିକ ଏକକୀକରଣ ପରେ ଏହା କାଶ୍ମୀରରେ ଐତିହାସିକ କାର୍ଯ୍ୟକ୍ରମ ହେବ। ଭାରତୀୟ ସେନାର ବିରତ୍ୱ ପାଳନ କରି ଏହି କାର୍ଯ୍ୟକ୍ରମ ସମଗ୍ର ଭାରତରେ ଏକତାର ବାର୍ତ୍ତା ବିସ୍ତାର କରିବ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଯୁବମୋର୍ଚ୍ଚା ସଭାପତି ଶ୍ରୀ ଇରାଶିଷ ଆଚାର୍ଯ୍ୟ, ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅର୍ପିତା ଅପରାଜିତା ବଡ଼ଜେନା, ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ପ୍ରୀତେଶ ବହିଦାର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.