Home କେନ୍ଦୁଝର କାମ କରି ମଜୁରୀ ପାଉ ନଥିବାରୁ ଶ୍ରମିକ ଅଶାନ୍ତି

କାମ କରି ମଜୁରୀ ପାଉ ନଥିବାରୁ ଶ୍ରମିକ ଅଶାନ୍ତି

111

ହାଟଡିହି-୨୩/୪ (ଓଡିଆପୁଅ / ବିକାଶ ବିଶ୍ୱାଳ) – ଓମବାର୍ଡସି ଅନୁଦାନରେ ହାଟଡ଼ିହି ବ୍ଲକରେ ଚାଲିଛି ମେଗା ୱାର୍ଟର ପ୍ରୋଜେକ୍ଟ ପ୍ରକଳ୍ପ । ରାଜ୍ୟ ବାହାରର ଏହି ଠିକାସଂସ୍ଥା ଦ୍ୱାରା ୪୦୦ କୋଟିରୁ ଉର୍ଦ୍ଧ ଟଙ୍କାର ବ୍ୟୟ ଅଟକଳରେ ଏହି କାର‌୍ୟ୍ୟ ଚାଲୁରହିଛି । ୪୦୦ରୁ ଉର୍ଦ୍ଧ ଶ୍ରମିକ ଏଠାରେ କାମ କରୁଥିବାବେଳେ ଦୀର୍ଘ ୩ମାସ ଧରି କାମକରି ମଜୁରୀ ପାଉନଥିବାରୁ ସେମାନଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ । ଆଜି ସକାଳୁ ସକାଳୁ ଅସନ୍ତୁଷ୍ଟ ଶ୍ରମିକମାନେ ଗେଟ ସମ୍ମୁଖରେ ଏହାର ପ୍ରତିବାଦ କରିଛନ୍ତି । ଠିକାସଂସ୍ଥାର କୌଣସି ଅଧିକାରୀ ଘଟଣାସ୍ଥଳକୁ ଆସି ନଥିବାରୁ ଦୀନନନ୍ଧୁ ମହାନ୍ତି, ସତ୍ୟ ନାରାୟଣ ପହି, ପ୍ରକାଶ ନାୟକ, ବସନ୍ତ ପାତ୍ର, ମୁରଲୀଧର ଜେନା, ରଞ୍ଜିତ ଜେନା, ବିନାଶ ଚନ୍ଦ୍ର ଜେନା, ରଞ୍ଜନ ଜେନା, କମଳା ଜେନା, ତୁଳସୀ ଜେନା, ନିର୍ମଳା ଜେନା, ରବିନ୍ଦ୍ର ତାମୁଳିଆ, ବାସନ୍ତି ଟୁଡୁ, କୁନି ମୁର୍ମୁ, ସୀତା ଦେହୁରୀଙ୍କ ସମେତ ଶତାଧିକ ଶ୍ରମିକ   ଗେଟ ସମ୍ମୁଖରେ ଠିଆହୋଇ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.