Home ଜିଲ୍ଲା ପରିକ୍ରମା କାମରେ ଆସୁନି ସୁନାଖଳା, ରାସ୍ତା ପାଲଟିଛି ବେଙ୍ଗଳା ଖଳା

କାମରେ ଆସୁନି ସୁନାଖଳା, ରାସ୍ତା ପାଲଟିଛି ବେଙ୍ଗଳା ଖଳା

72

ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ଅବସ୍ଥାକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଥିବା ବେଳେ ବିଭାଗୀୟ ଅଧିକାରୀ ଓ ରାଜନେତାଙ୍କ ଦ୍ୱାରା ସଚେତନତାର ଅଭାବ ଓ ଲୋକଙ୍କ ଇଚ୍ଚା ଶକ୍ତି ଏବଂ ପାରିପାଶ୍ୱିର୍କ ପରିସ୍ଥିତି ଯୋଗୁଁ ଯୋଜନା ସଫଳ ହେଉ ନଥିବା ଜଣାପଡ଼ିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ । କୃଷି କ୍ଷେତ୍ରରେ ଗରିବ,ଭୂମିହିନ ଓ ଭାଗଚାଷୀଙ୍କ ସମସ୍ୟାକୁ ଆଖି ଆଗରେ ରଖି ସରକାର ଧାନକୁ ଠିକ୍ ଭାବେ ଅମଳ କରିବା ପାଇଁ ପ୍ରତ୍ୟେକ ପଂଚାୟତରେ ୬ ଲକ୍ଷରୁ ଅଧିକ ଅର୍ଥ ବ୍ୟୟରେ ଗୋଟିଏ ଗୋଟିଏ ସୁନାଖଳା ନିର୍ମାଣ କରିଛନ୍ତି । କିନ୍ତୁ ଉକ୍ତ ସୁନାଖଳାରେ ଧାନ ଅମଳ ହେବା ପରିବର୍ତ୍ତେ ଘଷି ଓ ଗୁଣ୍ଡା ପଡ଼ିବା ସହ ପିଲାଙ୍କ ଖେଳକୁଦରେ ଏହା ବ୍ୟବହୃତ ହେଉଥିବା ଉକ୍ତ ପଂଚାୟତ ଅନ୍ତର୍ଗତ ବିିିଭିନ୍ନ ଗ୍ରାମର ସୁନାଖଳାରୁ ଜଣାପଡ଼ିଛି । ସଚେତନତାର ଅଭାବ ଯୋଗୁଁ ବର୍ତ୍ତମାନ ରାସ୍ତା ଲୋକଙ୍କ ବେଙ୍ଗଳା ଖଳା ପାଲଟିଛି । ପ୍ରତି ବର୍ଗର ଲୋକେ ଧାନ କ୍ଷେତରୁ ଆଣିଥିବା ଧାନକୁ ଅମଳ କରି ସୁନାଖଳାରେ ବେଙ୍ଗଳା ନ ପକାଇ ରାସ୍ତାରେ ପକାଉଥିବାର ଦେଖାଯାଉଛି ।

ଯେପରିକି ଆଗରପଡ଼ା-ଭଦ୍ରକ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ବିଶଲକଣା ପର୍ଯ୍ୟନ୍ତ ଓ କାଦବରାଙ୍ଗ ଠାରୁ ଆଡ଼ିଆ ପର୍ଯ୍ୟନ୍ତ ଲମ୍ବିଥିବା ପୂର୍ତ୍ତ ବିଭାଗ ରାସ୍ତାର ବାଙ୍ଗତିରା ଠାରୁ ଆପ୍ତିରାଷଡ଼ଙ୍ଗୀ ପର୍ଯ୍ୟନ୍ତ ଲମ୍ବିଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଆଦି ରାସ୍ତା ବର୍ତ୍ତମାନ ବେଙ୍ଗଳା ଖଳା ପାଲୋଟିଛି । ଉକ୍ତ ରାସ୍ତା ଉପରେ କାଦବରାଙ୍ଗ ଓ ବଡ଼ବର୍ଚ୍ଚିକୟାଁ ପଂଚାୟତ ସମେତ ଆଡ଼ିଆ, କାଉପୁର, ଅଣିଜୋ, ପୁରୁଷଣ୍ଢ ଆଦି ପଂଚାୟତର ଲୋକମାନେ ନିର୍ଭର କରିଥାନ୍ତି । ରାସ୍ତାରେ ବେଙ୍ଗଳା ପକାଇବା ଦ୍ୱାରା ଗାଡ଼ି ମୋଟର ଚାଳକଙ୍କ ସମେତ ଅନ୍ୟମାନେ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଭିନ୍ନ ପଂଚାୟତରେ ରାସ୍ତା ସମସ୍ୟା ମୁଖ୍ୟ ସମସ୍ୟା ପାଲୋଟିଥିବା ବେଳେ ବେଙ୍ଗଳାଖଳା ସମସ୍ତଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲୋଟିଛି । ପ୍ରଶାସନିକ ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀ ଉକ୍ତ ରାସ୍ତା ଦେଇ ବିଭିନ୍ନ କାର୍ଯ୍ୟରେ ଯାଉଥିଲେ ସୁଦ୍ଧା ଏଥିପ୍ରତି କେହି ଦୃଷ୍ଟି ଦେଉନଥିବାରୁ ସୁନାଖଳାରେ ବେଙ୍ଗଳା କରିବା ପରୀବର୍ତ୍ତେ ଚାଷି ରାସ୍ତାରେ ବେଙ୍ଗଳା ପକାଉଥିବାରୁ ସୁନାଖଳା ନିର୍ମାଣ କରିବା ମୁଲ୍ୟହିନ ପାଲୋଟିଛି । ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.