Home Top News କାବୁଲ ବିସ୍ଫୋରଣ : ଭୟ ଓ ଯନ୍ତ୍ରଣାର ଭୟାନକ ଚିତ୍ର, ଡ୍ରେନ୍‌ ପାଣି ହୋଇଯାଇଥିଲା ଲାଲ

କାବୁଲ ବିସ୍ଫୋରଣ : ଭୟ ଓ ଯନ୍ତ୍ରଣାର ଭୟାନକ ଚିତ୍ର, ଡ୍ରେନ୍‌ ପାଣି ହୋଇଯାଇଥିଲା ଲାଲ

101

ନୂଆ ଦିଲ୍ଲୀ ୨୮ ଅଗଷ୍ଟ (ଓଡ଼ିଆ ପୁଅ) ଗୁରୁବାର ଦିନ ବିମାନବନ୍ଦର ବାହାରେ ତିନୋଟି ବିସ୍ଫୋରଣ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ରକ୍ତାକ୍ତ କରିଦେଇଛି। ଚାରିଆଡେ କେବଳ ରକ୍ତ ଜୁଡୁବୁଡୁ ଶବ ଦେଖାଯାଉଛି। ଲୋକମାନେ ନିଜ ପ୍ରିୟ ଲୋକଙ୍କୁ ଖୋଜିବା ପାଇଁ ଆସୁଛନ୍ତି। ବିମାନବନ୍ଦର ନିକଟରେ ଥିବା ଡ୍ରେନ୍‌ରେ ଗଦା ଗଦା ମୃତଦେହ ଚିହ୍ନଟ ହୋଇଥିଲା। ଡ୍ରେନ୍‌ରେ ଥିବା ପାଣି ଲାଲ ହୋଇଯାଇଥିଲା। ଗୋଟିଏ ଦିନ ପୂର୍ବରୁ ଏହି ଡ୍ରେନର ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଲୋକଙ୍କ ଭିଡ ଜମିଥିଲା। ବିମାନବନ୍ଦର ଭିତରକୁ ଯିବା ପାଇଁ ଲୋକମାନେ ଡ୍ରେନରେ ଛିଡା ହୋଇଥିଲେ।

ଏହି ଘଟଣା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏପରି ପରିସ୍ଥିତି ଥିଲାଯେ, ଯିଏ ପାଇଲା, ସେ ନିଜ ପ୍ରିୟ ଲୋକଙ୍କୁ ଡାକ୍ତରଖାନା ନେବାକୁ ଆରମ୍ଭ କରିଥିଲା। କିଛି ଲୋକ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନେଉଥିବା ବେଳେ କିଛି ଲୋକ ଟ୍ରଲିରେ ବସି ଡାକ୍ତରଖାନା ଆଡକୁ ଦୌଡୁଥିଲେ। ବହୁ ସଂଖ୍ୟକ ଆହତ ହେତୁ ଡାକ୍ତରଖାନାଗୁଡ଼ିକରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ଭିତରେ ଓ ବାହାରେ ଅପେକ୍ଷା କରିବାକୁ ପଡିଥିଲା। ବିମାନବନ୍ଦର ବାହାରେ ଆତ୍ମଘାତୀ ଆକ୍ରମଣରେ ୧୦୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩୩୮ ରୁ ଅଧିକ ଲୋକ ଆହତ ହୋଇଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୃତ୍ୟୁ ସଂଖ୍ୟା ଆହୁରିବଢିପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.