Home Top News କାବୁଲର ଏକ ମସଜିଦରେ ବଡ଼ ବିସ୍ଫୋରଣ : ଅନେକ ହତାହତ ହେବାର ସୂଚନା

କାବୁଲର ଏକ ମସଜିଦରେ ବଡ଼ ବିସ୍ଫୋରଣ : ଅନେକ ହତାହତ ହେବାର ସୂଚନା

46

ନୂଆ ଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) ବୁଧବାର ସନ୍ଧ୍ୟା ପ୍ରାର୍ଥନା ସମୟରେ କାବୁଲର ଏକ ମସଜିଦରେ ଏକ ବଡ଼ ବିସ୍ଫୋରଣ ଘଟିଥିବାର ଖବର ଆସିଛି।

ଖବର ଅନୁଯାୟୀ, ପ୍ରାୟ ୩୫ ଜଣ ଲୋକ ଆହତ କିମ୍ବା ମୃତ୍ୟୁବରଣ କରିଥାଇ ପାରନ୍ତି ଏବଂ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ଏହି ଶକ୍ତିଶାଳୀ ବିସ୍ଫୋରଣ ପରେ ଖବର ଅନୁଯାୟୀ, ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଂକା କରାଯାଉଛି। ଯଦିଓ ପ୍ରକୃତ ମୃତକଙ୍କ ସଂଖ୍ୟା ଜଣାପଡ଼ିନାହିଁ ତେବେ ଅନେକ ହତାହତ ହେବାର ଖବର ଆସୁଛି। ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି ଏବଂ ଉଦ୍ଧାରକାର୍ଯ୍ୟ ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.