Home ଜିଲ୍ଲା ପରିକ୍ରମା କାନ୍ତ ସାହିତ୍ୟ ପରିଷଦର ବର୍ଷା କବିତା ଆସର ଓ ଆଲୋଚନା ଚକ୍ର

କାନ୍ତ ସାହିତ୍ୟ ପରିଷଦର ବର୍ଷା କବିତା ଆସର ଓ ଆଲୋଚନା ଚକ୍ର

5

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉକ୍ତ ଅଂଚଳର ସ୍ୱର୍ବ ପୁରାତନ କାନ୍ତ ସାହିତ୍ୟ ପରିଷଦର ବର୍ଷା କବିତା ଆସର ଓ ଆଲୋଚନାଚକ୍ର ପରିଷଦ ର ସଭାପତି ରସାନନ୍ଦ ମହାପାତ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସମାଜର ସାହିତ୍ୟ ହିଁ ଆଖି ସାହିତ୍ୟ ବିନା ସମାଜ ର ବିକାଶ ଅସମ୍ଭବ। ଏଣୁ ସାହିତ୍ୟ ବଂଚି ରହିବାକୁ ହେଲେ ଏବେ ଯୁବସମାଜକୁ ହିଁ ଆଗକୁ ଆଣିବାକୁ ହେବ , ଏବଂ ଯୁବ ସମାଜ କୁ ସଚେତନତାର ଆବଶ୍ୟକତା ରହିଛି ବୋଲି ଏହି ବର୍ଷା କବିତା ଆସର ରେ କବି ମାନେ ମତ ପ୍ରକାଶ କରିଥିଲେ। ପରେ କବିଙ୍କ ଦ୍ୱାରା କବିତା ପାଠ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବହୁ କବି ଓ ସାହିତ୍ୟିକ ବାସୁଦେବ ତ୍ରିପାଠୀ, ପ୍ରଦୀପ କୁମାର ମହାପାତ୍ର, ହୃଦାନନ୍ଦ କର, ସନ୍ତୋଷ କୁମାର ପାଢ଼ୀ,ହେମେନ୍ଦ୍ର ନାଥ ମହାନ୍ତି, ମହେଶ୍ୱର ସ୍ୱାଇଁ, ଅଭିମନ୍ୟୁ ମଲ୍ଲିକ, ନିରାକାର ଧଳ,ସୁଧାକର ଦାଶ, ରାଧାଶ୍ୟାମ ପଣ୍ଡା, ଚିତରଞ୍ଜନ ଦାଶ, କୁଳମଣି ବେହେରା, ସୁଧୀର କୁମାର ନାୟକ, ସୁଶାନ୍ତ ରାଉତ, ଭାବଗ୍ରାହୀ ଖୁଂଟିଆ, ସିଦ୍ଧେଶ୍ୱର ସାମଲ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ।ପରେ ସାଂଗଠନିକ ଆଲୋଚନା ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.