Home ଜିଲ୍ଲା ପରିକ୍ରମା କାନ୍ତକବି ହାଇସ୍କୁଲରେ ଛାତ୍ରଛାତ୍ରୀ ପୁରସ୍କୃତ

କାନ୍ତକବି ହାଇସ୍କୁଲରେ ଛାତ୍ରଛାତ୍ରୀ ପୁରସ୍କୃତ

44

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ଜଗଦଳପୁର ପଂଚାୟତର କାନ୍ତକବି ହାଇସ୍କୁଲରେ ଦଶମ ଶ୍ରେଣୀରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଛି। ଆଜି ଦଶମ ଶ୍ରେଣୀରେ ପାଶ କରିଥିବା ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ପରିତ୍ୟାଗ ପ୍ରମାଣ ପତ୍ର ନେବାକୁ ଆସିଥିବା ବେଳେ ଏହି ଅଂଚଳର ସମାଜସେବୀ ବଙ୍କ ବିହାରୀ ରାଉତ ପ୍ରତ୍ୟେକ ପିଲାଙ୍କୁ ମାକ୍ସ ଓ ସାନିଟାଇଜର ପ୍ରଦାନ କରିଥିଲେ। ତା ଛଡା ପରୀକ୍ଷାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସର୍ବଶ୍ରୀ ଦିବ୍ୟ ମିଶ୍ର, ଗୈାରବ ରାଉତ ଓ ସୁଶ୍ରୀ ସଙ୍ଗୀତା ଦାସଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରହ୍ଲାଦ ସାହୁ ୧୫୦୦, ୧୦୦୦ ଓ ୫୦୦ ଟଙ୍କା ପୁରସ୍କାର ହିସାବରେ ପ୍ରଦାନ କରିବା ସହ ପିଲାମାନଙ୍କର ଉତ୍ତରୋତ୍ତର କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫୁଲ୍ଲ କୁମାର ବାରିକ, ଶିକ୍ଷକ ଯତିନ୍ଦ୍ର କୁମାର ସେନାପତି, ଶିକ୍ଷକ ଉମାକାନ୍ତ ମିଶ୍ର ଓ ରତ୍ନାକର ଶତପଥି ସାହାଯ୍ୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.