Home ଜିଲ୍ଲା ପରିକ୍ରମା କାନ୍ତକବି ସାହିତ୍ୟ ପରିଷଦ ପକ୍ଷରୁ ପ୍ରତିଭା ଅନ୍ୱେଷଣ

କାନ୍ତକବି ସାହିତ୍ୟ ପରିଷଦ ପକ୍ଷରୁ ପ୍ରତିଭା ଅନ୍ୱେଷଣ

5

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତିହିଡି କାନ୍ତକବି ସାହିତ୍ୟ ପରିଷଦ ପକ୍ଷରୁ ଭଦ୍ରକ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଗରପଡା ପରିସରରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାକୁ ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ.କାର୍ତିକେଶ୍ୱର ରାଉଳ ଅଧ୍ୟକ୍ଷତା କରିଥିବା ବେଳେ କାନ୍ତକବି ସାହିତ୍ୟ ପରିଷଦର ଉପଦେଷ୍ଟା ଦୀନରଞ୍ଜନ ପାଢୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ-ପ୍ରଶିକ୍ଷକ ନିର୍ମଳ ଚନ୍ଦ୍ର ସେଠୀ, ବରିଷ୍ଠ ଶିକ୍ଷିକା- ପ୍ରଶିକ୍ଷିକା ରେଖା ମିଶ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । କାନ୍ତକବି ସାହିତ୍ୟ ପରିଷଦର ପ୍ରତିଷ୍ଠାତା ତଥା ସମ୍ପାଦକ ଡ.ଅମୂଲ୍ୟ କୁମାର ସେନାପତି ଅନୁଷ୍ଠାନ ଗଠନର ମୂଳ ଉଦ୍ଦେଶ୍ୟ ଉପରେ ସୂଚନା ଦେଇଥିବା ବେଳେ ଅନୁଷ୍ଠାନ ସଭାପତି ଡ.ଶ୍ରୀକାନ୍ତ ପଣ୍ଡା ଏହାର ଆଭିମୁଖ୍ୟ ଓ ଭବିଷ୍ୟତ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟ ସଂଯୋଜକ ବିଶ୍ୱନାଥ କିଙ୍କର ରାଉତ ଓଡିଆ ସ।।ହିତ୍ୟର ଉପାଦେୟତା ସମ୍ବନ୍ଧରେ ଗୁରୁଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । କାନ୍ତକବି ସାହିତ୍ୟ ପରିଷଦ ପକ୍ଷରୁ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ.ରାଉଳଙ୍କୁ ‘କାନ୍ତ ବିଦୂଷ ପ୍ରଭା -୨୦୨୫’ ଓ ଅନ୍ୟ ଶିକ୍ଷକ ପ୍ରଶିକ୍ଷକଙ୍କୁ ‘କାନ୍ତ ସୌରଭ-୨୦୨୫’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶିକ୍ଷକ ପ୍ରଶିକ୍ଷକ ପ୍ରଫୁଲ୍ଲ କୁମାର ଗୋଚ୍ଛାୟତଙ୍କ ପୁସ୍ତକ ‘ନିଃଶଦ୍ଦ ପ୍ରତିଧ୍ୱନି’ ଆବଟଂନ କରାଯାଇଥିଲା । ପରେ ପରିଷଦର ଉପଦେଷ୍ଟା ଅନ୍ତାକ୍ଷରୀ, ଶଦ୍ଦ ଚାତୁରୀ, କାନ୍ତ ଗଳ୍ପ କଥନ, କାନ୍ତ କବିତା ଆବୃତି, ଅଭିନୟ ଆଦି ପ୍ରତିଯୋଗିତା ସଚାଂଳନ କରାଯାଇଥିଲା । ସର୍ବଶ୍ରେଷ୍ଠ କୃତୀ ପ୍ରତିଯୋଗୀ ଗୁରୁଛାତ୍ରୀ ସୁଶ୍ରୀ ପ୍ରଜ୍ଞା ପାରମିତା ଜେନାଙ୍କୁ ପ୍ରଜ୍ଞାରାଣୀ ଓ ଗୁରୁଛାତ୍ର ସଂକଳ୍ପ ବେହେରାଙ୍କୁ ଜ୍ଞାନପ୍ରଭା ରୂପେ ଚୟନ କରାଯାଇ କାନ୍ତ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା । ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରଶସ୍ତୀପତ୍ର ପ୍ରଦାନ କରାଯାଇଥିଲା । ଶିକ୍ଷକ ପ୍ରଶିକ୍ଷକ ପ୍ରଫୁଲ କୁମାର ଗୋଚ୍ଛାୟତ ମଚଂ ଆହ୍ୱାନ,ଅତିଥି ପରିଚୟ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରଶିକ୍ଷଣ ପ୍ରତିଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.