Home ଜିଲ୍ଲା ପରିକ୍ରମା କାନ୍ତକବି ଲକ୍ଷ୍ମୀକାନ୍ତ ମେମୋରିଆଲ ପାର୍କରେ ସୁନ୍ଦର ଉଦ୍ୟାନ ନିର୍ମାଣ ପାଇଁ ଭଦ୍ରକ ବିଧାୟକଙ୍କ କ୍ଷେତ୍ର ପରିଦର୍ଶନ...

କାନ୍ତକବି ଲକ୍ଷ୍ମୀକାନ୍ତ ମେମୋରିଆଲ ପାର୍କରେ ସୁନ୍ଦର ଉଦ୍ୟାନ ନିର୍ମାଣ ପାଇଁ ଭଦ୍ରକ ବିଧାୟକଙ୍କ କ୍ଷେତ୍ର ପରିଦର୍ଶନ ଓ ଆଲୋଚନା

8

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନିର୍ବାଚନ ମଣ୍ଡଳୀର କୋରକୋରା ପଂଚାୟତରେ ନିର୍ମିତ କାନ୍ତ କବି ଲକ୍ଷ୍ମୀକାନ୍ତ ମେମୋରିଆଲ ପାର୍କ ପରିସରରେ “ରାମାୟଣ’ ଥିମ୍ ରେ ଏକ ସୁନ୍ଦର ଉଦ୍ୟାନ ନିର୍ମାଣ ପାଇଁ ଉପ ଜିଲ୍ଲାପାଳ ଓ ଏସ ଏଣ୍ଡ ଜେ ଆସୋସିଏଟ୍ ଆର୍କିଟେକଚର ଅଧିକାରୀଙ୍କ ସହ କ୍ଷେତ୍ର ପରିଦର୍ଶନ କରିଛନ୍ତି ଭଦ୍ରକ ବିଧାୟକ ସୀତଂଶୁ ଶେଖର ମହାପାତ୍ର। ପ୍ରଭୁ ଶ୍ରୀରାମଙ୍କ ଜୀବନ ଚରିତ୍ର ସତ୍ୟ,ଧର୍ମ ଓ ଆଦର୍ଶର ଅବିନାଶୀ ପ୍ରତୀକ।ସେହିପରି ଏହି ପ୍ରମୋଦ ଉଦ୍ୟାନ ଆଗାମୀ ପୀଢି ପାଇଁ ନୈତିକତା,ପ୍ରେରଣା ଓ ସଂସ୍କୃତିର ହେବ ଜୀବନ୍ତ ପାଠଶାଳା। ଉଦ୍ୟାନର ପ୍ରତ୍ୟେକ କୋଣରେ ରାମାୟଣର ପ୍ରସଙ୍ଗ,ପ୍ରତ୍ୟେକ ପଥରେ ମାତୃଭୂମି ପ୍ରେମର ସୁଗନ୍ଧ,ପ୍ରତ୍ୟେକ ଗଛର ଛାୟାରେ ସତ୍ୟ ଓ ଶୌର‌୍ୟର କଥା ଅନୁରଣିତ ହେବ। ସୁନ୍ଦରୀକରଣ ସହିତ,ଉଦ୍ୟାନ ହେବ ପର୍ଯ୍ୟଟନର ନୂତନ କେନ୍ଦ୍ର,ସାହିତ୍ୟର ପ୍ରେମୀ,ଇତିହାସ ପ୍ରେମୀ ଓ ସାଧାରଣ ଜନତାଙ୍କ ପାଇଁ ଏକ ପ୍ରେରଣାସ୍ଥଳ ବୋଲି ବିଧାୟକ ଶ୍ରୀ ମହାପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.