Home ଜିଲ୍ଲା ପରିକ୍ରମା କାନ୍ତକବି ମଣ୍ଡଳ ପକ୍ଷରୁ ବିକଶିତ ଭାରତର ଅମୃତକାଳ କର୍ମଶାଳା

କାନ୍ତକବି ମଣ୍ଡଳ ପକ୍ଷରୁ ବିକଶିତ ଭାରତର ଅମୃତକାଳ କର୍ମଶାଳା

6

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ନିର୍ବାଚନ ମଣ୍ଡଳୀ, ତିହିଡ଼ି ବ୍ଲକ ବିଜେପି କାନ୍ତକବି ମଣ୍ଡଳ ପକ୍ଷରୁ ବିକଶିତ ଭାରତ ଅମୃତକାଳ କର୍ମଶାଳା ରବିବାର ପୂର୍ବାହ୍ନରେ ନୂଆନନ୍ଦ ପଂଚାୟତରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କାନ୍ତକବି ମଣ୍ଡଳ ସଭାପତି ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଏକ ମଣ୍ଡଳସ୍ତରୀୟ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଧାମନଗର ନିର୍ବାଚନମଣ୍ଡଳୀ ପ୍ରଭାରୀ ବୁଦ୍ଧଦେବ ଜେନା, ସରପଂଚ ପ୍ରଦୀପ ବଳ ଓ ନିହାରିକା ବିଶ୍ୱାଳ, ଯୁବମୋର୍ଚ୍ଚା ସଭାପତି ଯଜ୍ଞଦତ ପତି, ବିଜେପି ନେତା ସୁଧାଂଶୁ ଶେଖର ପାଣିଗ୍ରାହୀ, ଭରତ ସାହୁ, ତପନ ପାଢ଼ୀ, ଆଶିଷ ଜେନା, ଉଷାକାନ୍ତ ନାୟକ, ସୂର୍ଯ୍ୟନାରାୟଣ ଭୋଇ, ପୁଷ୍ପାଞ୍ଜଳି ବେହେରା, କାଂଚନବାଳା ରାଉଳ ପ୍ରମୁଖ ଯୋଗ ଦେଇ କେନ୍ଦ୍ରର ୧୧ବର୍ଷ ଓ ରାଜ୍ୟର ୧ବର୍ଷ ପୂର୍ତିରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ। ଏହି କର୍ମଶାଳାରେ କାନ୍ତକବି ମଣ୍ଡଳର ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.