Home ଜିଲ୍ଲା ପରିକ୍ରମା କାନ୍ତକବି ଥିଲେ ଯନ୍ତ୍ରଣା ଜର୍ଜରିତ ମହାନ ସାଧକ, ତ୍ୟାଗଭୂମି ମହୋତ୍ସବାର ୨ୟ ସନ୍ଧ୍ୟାରେ ବକ୍ତାମାନଙ୍କ ଅଭିମତ

କାନ୍ତକବି ଥିଲେ ଯନ୍ତ୍ରଣା ଜର୍ଜରିତ ମହାନ ସାଧକ, ତ୍ୟାଗଭୂମି ମହୋତ୍ସବାର ୨ୟ ସନ୍ଧ୍ୟାରେ ବକ୍ତାମାନଙ୍କ ଅଭିମତ

11

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲା ସାଂସ୍କୃତିକ ସମ୍ମେଳନ ତ୍ୟାଗଭୂମି ମହୋତ୍ସବର ୨ୟ ସନ୍ଧ୍ୟାରେ ବକ୍ତାମାନେ ମତ ରଖି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଯନ୍ତ୍ରଣା ଜର୍ଜରିତ ଜୀବନ ଓ ଯନ୍ତ୍ରଣା ଭିତରେ କାଳଜୟୀ ରଚନା ଉପାରେ ଆଲୋକ ପାତ କରିଥିଲେ। ଭଦ୍ରକର ମଠସାହି ନୂଆ ବସ୍‌ଷ୍ଟାଣ୍ଡ ନିକଟ ଗୋପାଳଜୀଉ ମଠ ପଡିଆରେ ତ୍ୟାଗଭୂମି ମହୋତ୍ସବ ୨୦୨୪ର ଆଜିର ମଂଚ “କାନ୍ତକବି ମଂଚ” ନାମରେ ନାମିତ କରା ଯାଇଥିଲା।ଆଲୋଚ୍ୟ ବିଷୟ ଥିଲା “କାଳଜୟୀ ସଂଗୀତର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ “। ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ସଭାପତି ଇଂ ଅଖିଳ କୁମାର ପାଢ଼ୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୌଦ୍ଧିକ ଆଲୋଚନା ଚକ୍ରରେ ବିଶିଷ୍ଟ ଲେଖକ ବ୍ରଜେନ୍ଦ୍ର ନାଥ ଗିରି ମୁଖ୍ୟ ଅତିଥି ଭାବେ, ମୁଖ୍ୟବକ୍ତା ଭାବରେ ଜଗାଇ, ବାଲିଆପାଳ କୃଷ୍ଣ ଚନ୍ଦ୍ର ପିପିଲି ମହାବିଦ୍ୟାଳୟ ର ଅଧ୍ୟାପକ ଦୟାନିଧି ସାହୁ, ବରେଣ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ କ୍ଷୀରୋଦ କୁମାର ସାମଲ ଯୋଗ ଦେଇ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିଭିନ୍ନ କାଳଜୟୀ ରଚନା ଉପରେ ଆଲୋକପାତ କରିଥିଲେ। ସୁଧାକର ରାଉତ ମଂଚ ଆହ୍ୱାନ କରିଥିବା ବେଳେ, ସମାଜସେବୀ ଅମ୍ବିକା ବଲ୍ଲଭ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ବାବୁଲାଲ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଭଦ୍ରକ “ମନ୍ଦିରା ଡ୍ୟାନ୍ସ ଏକାଡେମୀ” ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ, ସଭାପତି ଅଜୟ ନାୟକ, ସମ୍ପାଦକ ଅଧିବକ୍ତା ଗଦାଧର ବଳ, ଅଶୋକ ଦ୍ୱିବେଦୀ, ଲଲାଟେନ୍ଦୁ ମଳିକ, ମନୋରଞ୍ଜନ ଦାସ, ବିପ୍ଳବ ହୋତା , ଗୟାଧର ପଣ୍ଡା, ମଦନ ମୋହନ ନାୟକ, ବିଚିତ୍ରାନନ୍ଦ ମହାନ୍ତି, ପଦ୍ମନ କୁମାର ରାୟ, ଶାନ୍ତନୁ ରାଉତ, ବସନ୍ତ ପାଣିଗ୍ରାହୀ, ଉମାକାନ୍ତ ମଲିକ, ପ୍ରଭାତ ବିଜୟ, ଲକ୍ଷ୍ମୀକାନ୍ତ ବାରିକ, ସଂଜୟ ମାଝୀ, ଦୀପକ କୁମାର ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.