
ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନ ଠାରେ କୋରାପୁଟର ପ୍ରତିମା ଅମ୍ବିକା ଟ୍ରଷ୍ଟ ପକ୍ଷରୁ ଭଦ୍ରକର ସାମାଜିକ, ଆଧ୍ୟାତ୍ମିକ ଓ ଧାର୍ମିକ ସଂଗଠନ ‘ଆମ ପରିବାର’ ଆନୁକୂଲ୍ୟରେ କାନୁନ୍ କାଲା ପଥର କ୍ଷୁଦ୍ର ଚଳଚ୍ଚିତ୍ର କାହାଣୀର ଲୋକାର୍ପଣ ଉତ୍ସବ ଏବଂ ରାଜ୍ୟ ସ୍ତରୀୟ ପ୍ରତିଭା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଓଡିଶା ସମାଜସେବୀ ମହାସଂଘର ରାଜ୍ୟ ସଭାପତି ନାରାୟଣ ଚନ୍ଦ୍ର ଓଝାଙ୍କ ମଂଚଞ୍ଚ ସଂଯୋଜନାରେ ଆୟୋଜିତ ସଭାକୁ ଓଡିଶା ଡିଜିଟାଲ୍ ମିଡିଆ ମହାସଂଘର ରାଜ୍ୟ ସଭାପତି ସତ୍ୟଜିତ୍ ମହାପାତ୍ର ପୌରହିତ୍ୟ କରିଥିଲେ । ଏଥିରେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଓଡିଆ ଭାଷା ସାହିତ୍ୟ ଆନ୍ଦୋଳନର କର୍ଣ୍ଣଧାର ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି,ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ,ଫୋକସ୍ ପ୍ଲସ୍ ଟିଭିର ସୁଧାଂଶୁ ରାଉତ,ଆମ ପରିବାରର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ,ପ୍ରତିମା ଅମ୍ବିକା ଚେରିଟେବୁଲ୍ ଟ୍ରଷ୍ଟର ନିର୍ଦ୍ଦେଶିକା ମମତା ବେହେରା, ସଭାପତି ଦିଲ୍ଲୀପ ଷେଣ୍ଢ, ଅଞ୍ଜନ ରାଉତରାୟ, ଶିକ୍ଷକ ତୁଷାରକାନ୍ତ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାନୁନ୍ କାଲା ପଥରର ଲେଖକ ଯୁବ ପ୍ରତିଭା ସତ୍ୟବ୍ରତ ଜେନାଙ୍କ ପରିକଳ୍ପନାକୁ ପ୍ରଶଂସା କରିଥିବା ବେଳେ ବାସ୍ତବଧର୍ମୀ ବୋଲି କହିଥିଲେ । ଏହି ଅବସରରେ କ୍ଷୁଦ୍ର ଚଳଚ୍ଚିତ୍ରର ଲୋକାର୍ପଣ ଉତ୍ସବ ସହ ରାଜ୍ୟର ବିଭିନ୍ନ ପ୍ରତିଭାଧର ବ୍ୟକ୍ତି ବିଶିଷ୍ଟ ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ବିଶ୍ୱାଳ,ଆଇନଜିବୀ ରବିନାରାୟଣ ଶତପଥି, ପ୍ରଯୋଜକ ରାଜିବ ଲୋଚନ ଜେନା, ସମାଜସେବୀ ଗଦାଧର ବେହେରା, ଜୟନ୍ତ କୁମାର ଭୋଇ, ବିଚିତ୍ରାନନ୍ଦ ମହାପାତ୍ର, ବିଜୟ କୁମାର ଜେନା, ସଞ୍ଜିତ୍ କୁମାର ସାହୁ,ନାରୀନେତ୍ରୀ ସାବିତ୍ରୀ ସାହୁ, ପ୍ରଦୀପ ଭୋଇ,ଅଧ୍ୟାପିକା ପ୍ରତିମା ସାହୁ, ସୁନିଲ୍ ଗୋଚ୍ଛାୟତ, ଅଂଶୁମାନ ପଣ୍ଡା,ସମାଜସେବୀ ଆରତୀ ଜେନା, ଦିବ୍ୟାଶ୍ରୀ ନୟକ, ରାଜା ନାୟକଙ୍କ ସମେତ ଜୟ ଜଗନ୍ନାଥ ଦୁର୍ଘଟଣା ସହାୟତା ୟୁନିଟ୍, ବର୍ଣ୍ଣ ଟୁ ହେଲ୍ପ ଅଲ୍ ସାମାଜିକ ସଂଗଠନକୁ ଉତରୀୟ, ପୁଷ୍ପଗୁଚ୍ଛ, ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ଆମ ପରିବାରର ସମ୍ପାଦକ ଦିଲ୍ଲିପ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତଙ୍କୁ ସପ୍ତ ଶ୍ଳୋକୀ ଗୀତା ବଂଟନ କରାଯାଇଥିଲା । ଆମ ପରିବାରର ମୁଖ୍ୟ ସମ୍ପାଦକ ବିଶିଷ୍ଟ ନାଟ୍ୟକାର ସତ୍ୟବ୍ରତ ଜେନାଙ୍କ ପରିଚାଳନାରେ ସରୋଜ ଦାସ, କ୍ଷମାଚାନ୍ଦ ମହାପାତ୍ର, ସମୀର କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।






