Home ଜିଲ୍ଲା ପରିକ୍ରମା କାଦୁଅ ରାସ୍ତାରେ ସ୍କୁଲ ଯାଉଛନ୍ତି ପିଲା

କାଦୁଅ ରାସ୍ତାରେ ସ୍କୁଲ ଯାଉଛନ୍ତି ପିଲା

124

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ଚାରିଗାଁ ପଂଚାୟତ ଅନ୍ତର୍ଗତ ବାଲିପୋଖରୀ ହାଇସ୍କୁଲ ଛାତ୍ରଛାତ୍ରୀମାନେ କାଦୁଅ ଭର୍ତ୍ତି ରାସ୍ତାରେ ଯାଆଆସ କରିବାରେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ ୨୬ ତାରିଖରେ ଦଶମ ଶ୍ରେଣୀ ଖୋଲିଥିବାରୁ ବର୍ତ୍ତମାନ ନିୟମିତ ଭାବେ ଛାତ୍ରଛାତ୍ରୀମାନେ ପାଠପଢିବା ପାଇଁ ସ୍କୁଲକୁ ଯିବେ ମାତ୍ର କାଦୁଅ ଭର୍ତ୍ତି ରାସ୍ତାରେ ଯିବା ପାଇଁ ସେମାନେ ଅମଙ୍ଗ ପ୍ରକାଶ କରୁଛନ୍ତି । ଅନେକ ସମୟରେ ଛାତ୍ରଛାତ୍ରୀମାନେ ଏହି ରାସ୍ତାରେ ଗୋଡ଼ ଖସିଯାଇ ତଳେ ପଡ଼ିଯାଉଥିବାର ପରିଲକ୍ଷିତ ହେଉଛି । ଏହି ରାସ୍ତା ଦେଇ ମଧ୍ୟ ରୋଗୀମାନେ ଆରୋଗ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ବହୁ କଷ୍ଟରେ ଯାଉଛନ୍ତି । ସ୍କୁଲ ଛାତ୍ରଛାତ୍ରୀ ଓ ରୋଗୀମାନେ ଏହି ରାସ୍ତାରେ ଯାଆଆସ କରୁଥିବା ସତ୍ତ୍ୱେ ଏହାର ମରାମତି ନ ହେବା ବଡ଼ଦୁôଖର ବିଷୟ ଅଟେ । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଗ୍ରାମବାସୀମାନଙ୍କ ପକ୍ଷରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.