Home ଜିଲ୍ଲା ପରିକ୍ରମା କାଦବରାଙ୍ଗ ସୋସାଇଟିରେ ଧାନମଣ୍ଡି ଉଦ୍‌ଘାଟିତ

କାଦବରାଙ୍ଗ ସୋସାଇଟିରେ ଧାନମଣ୍ଡି ଉଦ୍‌ଘାଟିତ

8

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାଦବରାଙ୍ଗ ସେବା ସମବାୟ ସମିତିରେ ଖରିଫ ଧାନ ସଂଗ୍ରହ ପାଇଁ ଆଜି ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ସମିତିର ସଭାପତି ବାସୁଦେବ ଯେନା ଉପସ୍ଥିତ ରହି ମଣ୍ଡି ଉଦ୍‌ଘାଟନ କରିଥିବା ବେଳେ ଚାଷି ମାନେ ଏଠାରେ ଧାନ ଦେଇ ଧାର୍ଯ୍ୟ ମୂଲ୍ୟ ପାଇବା ସହ ସ୍ୱାବଲମ୍ବି ହୋଇ ପାରିବେ ବୋଲି କହିଥିଲେ । ଧାନ କ୍ରୟ କମିଟିର ସଭ୍ୟ ପ୍ରାକ୍ତନ ସରପଞ୍ଚ ଭାଗିରଥି ସେଠୀ, ଆଦିତ୍ୟ କୁମାର ଯେନା, ସାଧବାନନ୍ଦ ପଣ୍ଡା, ରାଜିବ ଲୋଚନ ଯେନା, ଲିଙ୍ଗରାଜ ତ୍ରିପାଠୀ, ଅଣିଜୋ ସରପଞ୍ଚ ପ୍ରତିନିଧି ଜଗବନ୍ଧୁ ପୃଷ୍ଟି, କାଦବରାଙ୍ଗ ସେବା ସମବାୟ ସମିତି ପରିଚାଳନା କମିଟିର ସଭ୍ୟ ରମେଶ ଚନ୍ଦ୍ର ପହି, ବିକାଶ ରଞ୍ଜନ ପାଳ, ଦିଲ୍ଲିପ କୁମାର ପାଳ, ଅଧିକାରୀ ସାହୁ, ବଳରାମ ବେହେରା, ବଳରାମ ବିଶ୍ୱାଳ, ପ୍ରକାଶ ଯେନା, ସନାତନ ସାହୁ, ସନ୍ନ୍ୟାସି ଯେନା, କାଳନ୍ଦି ଯେନାଙ୍କ ସମେତ ସମିତି ସମ୍ପାଦକ ମନୋଜ କୁମାର ନାୟକ, ବରିଷ୍ଠ ଚାଷି ସୁବଳକାନ୍ତ ପଣ୍ଡା, ରଜାକ ଖାନ୍‌, ଭଗବାନ ଗିରି, ନାରାୟଣ ନାୟକ ଏବଂ ଶତାଧିକ ଚାଷି ଉପସ୍ଥିତ ରହିଥିଲେ । ସମିତିରେ ଆଜି ଠାରୁ କାଦବରାଙ୍ଗ, ଅଣିଜୋ, ବଡ଼ବର୍ଚ୍ଚିକୟାଁ, ଓଡ଼ଙ୍ଗ ଆଦି ୪ଗୋଟି ପଞ୍ଚାୟତର ଚାଷି ମାନଙ୍କ ଧାନକ୍ରୟ ଆରମ୍ଭ ହୋଇଛି । ସରକାରୀ ନିୟମ ଅନୁଯାଇ ସମସ୍ତ ସୁବିଧା ନେବା ପାଇଁ ଚାଷି ମାନଙ୍କୁ ସଭାପତି ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମିତିର ଡି.ଇ.ଓ ତପନ କୁମାର ଦାସ, ମନୋଜ କୁମାର ପଣ୍ଡା, ମୋହନ ଚରଣ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.