Home ଜିଲ୍ଲା ପରିକ୍ରମା କାଦବରାଙ୍ଗ ବଜାରରେ ସ୍ଥାୟୀ ବିଶ୍ରାମାଗାର କେବେ !

କାଦବରାଙ୍ଗ ବଜାରରେ ସ୍ଥାୟୀ ବିଶ୍ରାମାଗାର କେବେ !

36

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯାତ୍ରୀଙ୍କ ସୁବିଧା ପଇଁ ସରକାରୀ ସ୍ତରରେ ବିଭିନ୍ନ ପାଣ୍ଠିରୁ ଅର୍ଥ ମଂଜୁର କରାଯାଇ ବିଶ୍ରାମାଗାର ନିର୍ମାଣ କରାଯାଉଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତରେ । ଉକ୍ତ ପଂଚାୟତ ଓ ତା ଉପରେ ନିର୍ଭର କରୁଥିବା ଆଡ଼ିଆ, କାଉପୁର, ଅଣିଜୋ, ଚାରିଗାଁ ଏବଂ ବଡ଼ବର୍ଚ୍ଚିକୟାଁ ପଂଚାୟତର ବାସିନ୍ଦା ବିଭିନ୍ନ ସ୍ଥାନକୁ ଯିବା ପାଇଁ ଯାତ୍ରୀ ବିଶ୍ରାମାଗାର ଟିଏ ନଥିବାରୁ କାଦବରାଙ୍ଗ ବଜାର ଉପରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ଅନୁଯାୟୀ ; ୨୦୧୫ ମସିହାରେ ଆଗରପଡ଼ା-ବରପଦା ରାସ୍ତା ପ୍ରଶସ୍ତିକରଣ ବେଳେ କାଦବରାଙ୍ଗ ବଜାରରେ ଥିବା ଯାତ୍ରୀ ବିଶ୍ରାମାଗାରଟିକୁ ଭଙ୍ଗା ଯାଇଥିଲା । ପରେ ସ୍ଥାନୀୟ କିଛି ଉଦ୍ୟମି ଯୁବକଙ୍କ ପ୍ରଚେଷ୍ଟାରେ ଏକ ଅସ୍ଥାୟୀ ବିଶ୍ରାମାଗାର ନିର୍ମାଣ କରାଯାଇଥିଲା । ଆଜି ସୁଦ୍ଧା ସେହି ଅସ୍ଥାୟୀ ବିଶ୍ରାମାଗାରରେ କାଦବରାଙ୍ଗ ସମେତ ଅନ୍ୟ ପାଂଚଟି ପଂଚାୟତର ବାସିନ୍ଦା ବିଭିନ୍ନ ସ୍ଥାନକୁ ଯିବା ପାଇଁ ଅପେକ୍ଷା କରୁଛନ୍ତି । ବୃଦ୍ଧ ବୃଦ୍ଧାଙ୍କ ସମେତ ମହିଳାମାନେ ଏଥିନେଇ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉତି ମଧ୍ୟରେ ରାସ୍ତା ପ୍ରଶସ୍ତିକରଣକୁ ୬ ବର୍ଷ ବିତି ଯାଇଥିଲେ ସୁଦ୍ଧା ଉକ୍ତ ବଜାରରେ ଏକ ସ୍ଥାୟୀ ବିଶ୍ରାମାଗାର ନିର୍ମାଣ ହୋଇ ନପାରିବା ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟ ପନ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ତେଣୁ ଏକ ସ୍ଥାୟୀ ବିଶ୍ରାମାଗାର ନିର୍ମାଣ କରିବା ପାଇଁ ପଂଚାୟତବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.