Home ଜିଲ୍ଲା ପରିକ୍ରମା କାଦବରାଙ୍ଗ ପିଏମଶ୍ରୀରେ ବିଦାୟ ସମାରୋହ

କାଦବରାଙ୍ଗ ପିଏମଶ୍ରୀରେ ବିଦାୟ ସମାରୋହ

3

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ପି ଏମ ଶ୍ରୀ କାଦବରାଙ୍ଗ ସଂଯୁକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଆଜି ବିଦାୟ କାଳୀନ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଛି । ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କୁ ଗୋଲାପ ଫୁଲ ଦେଇ ନୂତନ ଛାତ୍ର ମାନେ ସ୍ୱାଗତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ବିମଳ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନ ଭଦ୍ରକ ଆଗରପଡାର ଅଧ୍ୟକ୍ଷ ଡ.କାର୍ତିକେଶ୍ୱର ରାଉଳ, ବଉଳା ମହାବିଦ୍ୟାଳୟ ସୋସୋର ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ, ଆଗରପଡା ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ ରଞ୍ଜନ ମହାନ୍ତି, ମାଧ୍ୟମିକ ବିଦ୍ୟାଳୟ ଆଲୁମିନି କମିଟି ସଭାପତି ସୁବଳ କାନ୍ତ ପଣ୍ଡା, ଏସଏମସି ସଭାପତି ପ୍ରସନ୍ନ କୁମାର ପଣ୍ଡା, କାଦବରାଙ୍ଗ ପୂର୍ବତନ ସରପଚଂ ଭାଗିରଥୀ ସେଠୀ, ସାଧନକେନ୍ଦ୍ର ସଂଯୋଜକ ପ୍ରଦୀପ ପଲାଇ ପ୍ରମୁଖ ଯୋଗ ଦେଇ ବିଦାୟୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଜୀବନର ଲକ୍ଷ୍ୟ ପଥରେ ଆଗେଇ ଯିବାକୁ ପରାମର୍ଶ ଦେଇଥିଲେ । ଅଧ୍ୟାପକ ସଞ୍ଜୟ ମଜୁମଦାରଙ୍କ ମଂଚ ସଂଯୋଜନାରେ ଅବସରପ୍ରାପ୍ତ ଶିକ୍ଷକ ଲିଲି ପରିଡା,ହରେକୃଷ୍ଣ ପୃଷ୍ଟି, ପ୍ରଧାନଶିକ୍ଷକ ପିତବାସ ଜେନା, ପ୍ରାଥମିକ ଶିକ୍ଷକ ନିରଞ୍ଜନ ପଲାଇ ପ୍ରମୁଖଙ୍କୁ ମାନପତ୍ର, ଉତରୀୟ,ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶିକ୍ଷୟିତ୍ରୀ ଭାସ୍ୱତୀ ଜେନା, ଅନୁରାଧା ପାଣିଗ୍ରାହୀ, ଅମୃତ ଲାଲ ମହାନ୍ତି, ମାନସ କୁମାର ଭୂୟାଁ, ଜ୍ଞାନ ରଞ୍ଜନ ଖଣ୍ଡେଇ, ଶକୁନ୍ତଳା ରାଉତ, ସ୍ୱପ୍ନା ଗୁପ୍ତା, ଶୁଭଶ୍ରୀ ପଣ୍ଡୁ, ରିଆ ରାଉଳ, ବିଶ୍ୱ ରଞ୍ଜନ ସାମଲ, ଜ୍ୟୋତି ରଞ୍ଜନ ପଣ୍ଡା, ରିତା ରାଣୀ ରାଉତ, ସ୍ୱପ୍ନାଲୋକ ସୂତାର, ସରୋଜ କୁମାର ବେହେରା, ପ୍ରତାପ କୁମାର ମଲ୍ଲିକ, ନମିତା ରାଉତ, ଅଭିଲିପ୍ସା ଷେଣ୍ଢ, ଜ୍ୟୋସ୍ନାରାଣୀ ପହି, କ୍ଷିରୋଦ କୁମାର ଦାସ, ନବନିତା ନନ୍ଦୀ, ଜସ୍ମିନ ରାଉତ, ଗାୟତ୍ରୀ ଜେନା, ସସ୍ମିତା ପାଣିଗ୍ରାହୀ, ସୁରେଶ ସିଂହ, ସନ୍ଧ୍ୟାରାଣୀ ସାହୁ, ପ୍ରଜ୍ଞା ପରମିତା ସାହୁ,ସଙ୍ଗୀତା ବେହେରା, ଆଶିଷ ବିଶ୍ୱାଳ, ମଞ୍ଜୁଲତା ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.