Home ଜିଲ୍ଲା ପରିକ୍ରମା କାଦବରାଙ୍ଗ ଆଡିଆ ଭାୟା ବାଙ୍କତିରା ରାସ୍ତା ଜରାଜୀର୍ଣ୍ଣ, ଠିକାଦାରି ପ୍ରିତି ଯୋଗୁଁ ରାସ୍ତା ଅବସ୍ଥା ବେହାଲ,...

କାଦବରାଙ୍ଗ ଆଡିଆ ଭାୟା ବାଙ୍କତିରା ରାସ୍ତା ଜରାଜୀର୍ଣ୍ଣ, ଠିକାଦାରି ପ୍ରିତି ଯୋଗୁଁ ରାସ୍ତା ଅବସ୍ଥା ବେହାଲ, ଦୁର୍ଦ୍ଧଶା ଭୋଗୁଛନ୍ତି ୫ପଞ୍ଚାୟତ ବାସୀ

35

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମ ଉନ୍ନୟନ ବିଭାଜନ (୧)ଅଧିନ ବନ୍ତ ବ୍ଲକର କାଦବରାଙ୍ଗ ଠାରୁ ଆଡିଆ ଭାୟା ବାଙ୍କତିରା ରାସ୍ତାଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏହି ରାସ୍ତାଟି ୬କି.ମି ବ୍ୟାପି ରହିଥିବା ବେଳେ ଆଜକୁ ୫ବର୍ଷ ପୂର୍ବେ ପିଚୁ କରାଯାଇଥିଲା । ରାସ୍ତା ନିର୍ମାଣ ପର ଠାରୁ କୈାଣସି ମରାମତି କିମ୍ବା ରାସ୍ତାର ଦୁଇ ପାଶ୍ୱର୍ରେ ଜମି ରହିଥିବା ପାଣିକୁ ବିଭାଗ ପକ୍ଷରୁ ନିଷ୍କାସନ ବ୍ୟବସ୍ଥା ନ କରିବା ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହି ରାସ୍ତାଟି କାଦବରାଙ୍ଗ,ଆଡିଆ,ବଡବର୍ଚ୍ଚିକୟାଁ,ପୁରୁଷଣ୍ଢ,ଅଣିଜୋ ଓ ଓଡଙ୍ଗ ଆଦି ପଞ୍ଚାୟତର ଲୋକେ ଯା ଆସ କରିବା ନେଇ ମୁଖ୍ୟ ମାଧ୍ୟମ ଅଟେ । ଏହା ମଧ୍ୟରେ ବାଙ୍କତିରା,କାଦବରାଙ୍ଗ ଓ ଆଡିଆ ହାଇସ୍କୁଲ,କୁଆଁରଦା ନୋଡାଲ,ବନ୍ତଳା ଓ ପଦି ୟୁପିସ୍କୁଲ ରହିଥିବା ବେଳେ,ସଂପୃକ୍ତ ଅଞ୍ଚଳର ମୁଖ୍ୟ ବଜାର କାଦବରାଙ୍ଗ,ବ୍ୟାଙ୍କ,ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର,ଅଡାଳପଙ୍କ ସ୍ୱାସ୍ଥ୍ୟକେନ୍ଦ୍ର ଓ ବ୍ୟାଙ୍କ ଆଦି ରହିଛି । ଏତତ୍ ଭିନ୍ନ ଉପରୋକ୍ତ ପଞ୍ଚାୟତ ବାସୀ ଦୈନଦିନ କାର୍ଯ୍ୟ ପାଇଁ ବନ୍ତ ଠାରେ ଥିବା ବ୍ଲକ,ତହସିଲ,ସବ୍‌ରେଜେଷ୍ଟି କାର୍ଯ୍ୟାଳୟ ସମେତ ଥାନା,ପୋଷ୍ଟଅଫିସ୍‌,ବନ୍ତ ମହାବିଦ୍ୟାଳୟ ଆଦିକୁ ଶହ ଶହ ସଂଖ୍ୟାରେ ଯାଇଥାନ୍ତି । ଏବେ ବର୍ଷା ରୁତୁ ଆରମ୍ଭରେ ରାସ୍ତାଟି ଖଣ୍ଡିଆ ଖାବରା ହୋଇ ଉଭୟ ପାଶ୍ୱର୍ରେ ପାଣି ଜମି ରହୁଛି । ଫଳରେ କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଥିବା ବେଳେ ଏହି ଖାଲରେ ପଡି ଲୋକେ ଖଣ୍ଡିଆ ଖାବରା ହେଉଛନ୍ତି । ଅନ୍ୟପଟେ ରାସ୍ତା ନିର୍ମାଣ ପର ଠାରୁ ସାମାନ୍ୟ ମରାମତି ନ ହେବା ନେଇ ପୂର୍ବତନ ସରପଞ୍ଚ ଶଙ୍କର୍ଷଣ ରଥ,ଭାଗିରଥି ସେଠୀ,ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପହି,କାଦବରାଙ୍ଗ ସୋସାଇଟି ସଭାପତି ବାସୁଦେବ ଜେନା,ସାମାଜିକ କର୍ମି ଅକ୍ଷୟ ସାମଲ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ତୁରନ୍ତ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.