Home ଜିଲ୍ଲା ପରିକ୍ରମା କାଦବରାଙ୍ଗରେ ଫେଲ ମାରିଛି ଜଳଯୋଗାଣ ପ୍ରକଳ୍ପ ,ଯନ୍ତ୍ରୀଙ୍କ ପ୍ରତିଶୃତି ପାଣିରେ ଗାର

କାଦବରାଙ୍ଗରେ ଫେଲ ମାରିଛି ଜଳଯୋଗାଣ ପ୍ରକଳ୍ପ ,ଯନ୍ତ୍ରୀଙ୍କ ପ୍ରତିଶୃତି ପାଣିରେ ଗାର

34

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଗାଁ ଗହଳିରେ ବସବାସ କରୁଥିବା ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀ ଓ ଜନନାୟକଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଯୋଜନା ଗୁଡ଼ିକ ଫେଲ ମାରୁଥିବା ଜଣା ପଡ଼ିଛି । ଏହି ପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ କାଦବରାଙ୍ଗ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପରେ । ଏଠାରେ ନିର୍ମିତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପର ଅବସ୍ଥା କର୍ପୂର ଉଡ଼ି ଯାଇଛି କିନ୍ତୁ କନା ପଡ଼ିଛି ସଦୃଶ । ସୂଚନା ଅନୁଯାୟୀ ; ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ବିଭାଗ ତରଫରୁ ୨୦୧୩-୧୪ ଆର୍ଥିକ ବର୍ଷରେ ଅର୍ଥ ମଂଜୁର ହୋଇ କାଦବରାଙ୍ଗ ପଂଚାୟତ କାଦବରାଙ୍ଗ ଗ୍ରାମର ୭,୮ଓ୯ନଂ ୱାଡକୁ଼ର୍ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା । ଉକ୍ତ ପ୍ରକଳ୍ପ ନିର୍ମାଣକୁ ୭ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ପ୍ରକଳ୍ପଟି ସଂପୂର୍ଣ୍ଣ ଫେଲ ମାରିବା ସହ ପାନୀୟ ଜଳଯୋଗାଣ ଠପ୍ ହୋଇପଡ଼ିଛି । ପ୍ରକଳ୍ପ ନିର୍ମାଣ ସମୟରେ ପାଖାପାଖି ୫୫ଟି ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇଥିଲା । କିନ୍ତୁ ବର୍ତ୍ତମାନ କାଁଭାଁ କେତୋଟି ପୋଷ୍ଟକୁ ଛାଡ଼ି ଦେଲେ ସବୁ ଅକାମୀ ହୋଇ ପଡ଼ିଛି । କାହାର ଟ୍ୟାପ୍ ନାହିଁତ କେଉଁଠି ପାଇପ୍ ନାହିଁ । ୪/୫ମାସ ହେବ ଏଥିରେ ଜଳ ଯୋଗାଣବି ସଂପୂର୍ଣ୍ଣ ବନ୍ଦ ଅଛି । ଗତ ବର୍ଷ ଡ଼ିସେମ୍ବର ମାସରେ ଏହି ସମସ୍ୟାକୁ ନେଇ ବିଭାଗର ଦୃଷ୍ଟି ଆକର୍ଷଣ କରାଯିବା ପରେ ସେହି ମାସ ବିଭାଗ ତରଫରୁ ଏହାର ମରାମତି କରାଯାଇ କିଛି ଷ୍ଟାଣ୍ଡପୋଷ୍ଟକୁ କାର୍ଯ୍ୟକ୍ଷମ କରାଯାଇଥିଲେ ସୁଦ୍ଧା ରାସ୍ତା ନିର୍ମାଣ ସମୟରେ ବିଛା ଯାଇଥିବା ପାଇପଗୁଡ଼ିକ ନଷ୍ଟ ହୋଇଯାଇଥିଲା କିନ୍ତୁ ବିଭାଗ ପକ୍ଷରୁ ଏଥିନେଇ କୌଣସି ପଦକ୍ଷେପ ନିଆ ନଯିବାରୁ ତାହା କାର୍ଯ୍ୟକ୍ଷମ ହେବା ପରିବର୍ତ୍ତେ ବନ୍ଦ ହୋଇପଡ଼ିଛି । ଉକ୍ତ ସମସ୍ୟାକୁ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ ଏହି ସମସ୍ୟା ବିଷୟରେ ଅବଗତ ଥିବା କହିବା ସହ ରାସ୍ତା ନିର୍ମାଣ ସମୟରେ ବିଛା ଯାଇଥିବା ପାଇପ ସବୁ ନଷ୍ଟ ହୋଇଯାଇଥିବା ଓ ନୂତନ ଭାବେ ଏହି ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଯାଇଛି । ଖୁବ୍ ଶିଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରାୟ ୮ମାସ ହେବ ଗଣମାଧ୍ୟମ ପ୍ରତିନିଧିଙ୍କୁ କହି ଆସୁଛନ୍ତି । ସରକାର ବିଭିନ୍ନ ପ୍ରକଳ୍ପ ନିର୍ମାଣ କରୁଛନ୍ତି କିନ୍ତୁ ତାର ତତ୍ୱାବଧାନ ଠିକ୍ ଭାବେ ହେଉନଥିବାରୁ ଏହା ନିର୍ମାଣର ଅଳ୍ପ ଦିନ ମଧ୍ୟରେ ଅଚଳ ହୋଇପଡ଼ୁଛି । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.