ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରବାସୀ ଓଡିଆ ସଂଗଠନ ‘ଉତ୍କଳିକା କାତାର’ ତରଫରୁ କାତାର ଦେଶରେ ରହୁଥିବା ଓଡିଆ ମାନଂକୁ ନେଇ ଆଲୋକର ପର୍ବ ଦୀପାବଳି ଉତ୍ସବ ଦୋହାସ୍ଥିତ ଡିପିଏସ୍ ମୋନର୍ଚ୍ଚ ଇଂଟରନେସନାଲ ସ୍କୁଲ ପରିସରରେ ଖୁବ୍ ଧୂମ୍ ଧାମ ରେ ପାଳିତ ହୋଇଯାଇଛି। ମୂଖ୍ୟ ଅତିଥିଭାବେ ଯୋଗଦେଇ କାତାରସ୍ଥିତ ଭାରତୀୟ ରାଜଦୂତ ବିପୁଲ ଦୀପ ପ୍ରଜ୍ୱଳନ କରିଥିଲେ । ନିମନ୍ତ୍ରିତ ଅତିଥି ଭାବେ ଆଇସିସି ଉପସଭାପତି ଶାନ୍ତନୁ ଦେଶପାଣ୍ଡେ ଏବଂ ଶଶି ଭୂଷଣ ପାତ୍ର, ସୁସ୍ମିତା ପଟ୍ଟନାୟକ ତଥା ଅନ୍ୟାନ୍ୟ ଭାରତୀୟ ସଂଗଠନର ପ୍ରମୁଖମାନେ ଯୋଗଦେଇଥିଲେ । ‘ଉତ୍କଳିକା କାତାର’ ର ସଭାପତି ଡା. ବସନ୍ତ କୁମାର କବି ସ୍ୱାଗତ ଭାଷଣରେ ଓଡିଆ ସଂସ୍କୃତିରେ ଦୀପାବଳୀ ପର୍ବ ପାଳନର ପରଂପରା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ସନ୍ଧ୍ୟାର ମୂଖ୍ୟ ଆକର୍ଷଣ ଥିଲେ ଓଡିଆ ଚଳଚିତ୍ର ଜଗତର ସୁନାମଧନ୍ୟ ବ୍ୟକ୍ତିତ୍ୱ ତତ୍ୱପ୍ରକାଶ ଶତପଥି ଓରଫ ପପୁ ପମ୍ ପମ୍ ।କାର୍ଯ୍ୟକ୍ରମରେ ୩୦୦ ରୁ ଅଧିକ ପ୍ରବାସୀ ଓଡିଆ ଯୋଗଦେଇ ପପୁଂକ ହାସ୍ୟ ପରିବେଷଣ ଓ ସଂଗୀତ ର ତାଳେ ତାଳେ ଝୁମି ଉଠିଥିଲେ । ଏଥି ସହିତ ଦର୍ଶକଗଣ ସଂଗଠନର କଳାକାରମାନଂକ ଦ୍ୱାରା ପ୍ରସ୍ଥୁତ ଓଡିଶୀ ନୃତ୍ୟ, ସଂଗୀତ, ଆଧୂନିକ ନୃତ୍ୟ, ଫେସନ ଶୋ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଜା ନେଇଥିଲେ। ଓଡିଆ ନାଟକ ‘ମୋ ଭାଇ ମୋ ଜୀବନ’ ର ହୃଦୟସ୍ପର୍ଶୀ ଅଭିନୟ ସାରା ଦର୍ଶକଂକୁ ଭାବ ବିହୋଳିତ କରିଥିଲା । ସଂଗଠନର ଉପସଭାପତି ନିହାର ରଂଜନ ମହାନ୍ତି, ସାଧାରଣ ସଂପାଦକ ଅବିନାଶ ଆଚାର୍ଯ୍ୟ, ଯୁଗ୍ମ ସଂପାଦିକା ଇପ୍ସିତା ଶତପଥୀ, ସାଂସ୍କୃତିକ ସଂପାଦକ ସାଗର ମହାନ୍ତି ଓ ସାଂସ୍କୃତିକ ସହ ସଂପାଦକ ଓମ୍ ପ୍ରକାଶ ପରିଡା ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ। ପରିଚାଳନା ସମିତିର କାର୍ଯ୍ୟକର୍ତା ନିହାରିକା ସ୍ୱାଇଁ, ଜୟଶ୍ରୀ ମହାପାତ୍ର, ପ୍ରୀୟଦର୍ଶନୀ ସେନାପତି, ପୁନମ୍ ଜାନପ୍ପାରେଡ୍ଡି, ରଶ୍ମିତା ମିଶ୍ର, ତୁଷାର ରଂଜନ ମିଶ୍ର , ପ୍ରିୟଦର୍ଶୀ ଦାଶ, ସତ୍ୟଜିତ ସାମଲ, ପରମାନନ୍ଦ ରାଉତ, ବିଭୂ ଆଚାର୍ଯ୍ୟ, ସୁନୀଲ ଡାକୁଆ, ଜଗନ୍ନାଥ ଗନ୍ତାୟତ ପ୍ରମୂଖ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସଂଗଠନର ଉପଦେଷ୍ଠା ଖାରବେଳ ପାଣିଗ୍ରାହୀ, ଡା. ଶାରଦା ପ୍ରସାଦ ଡାକୁଆ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନ କରିବାରେ ସହଯୋଗ କରିଥିଲେ । ଶେଷରେ ଉପସ୍ଥିତ ଦର୍ଶକ ମାନଂକୁ ଧନ୍ୟବାଦ ଅର୍ପଣ ସହ ସାଂସ୍କୃତିକ ସଂନ୍ଧ୍ୟାର ସମାପନ ହୋଇଥିଲା ।








