Home ଜିଲ୍ଲା ପରିକ୍ରମା କାଣ୍ଡବା-ଇଟୁଆ ରାସ୍ତା ଖରାପ

କାଣ୍ଡବା-ଇଟୁଆ ରାସ୍ତା ଖରାପ

11

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା କୁପାରୀ ପୂର୍ତ ବିଭାଗ ରାସ୍ତାର କାଣ୍ଡବା ଛକରୁ ଇଟୁଆ ଯାଏ ୧୦ କି.ମି. ଗ୍ରାମ୍ୟ ଉନ୍ନୟନ ରାସ୍ତା ଶୋଚନୀୟ ହୋଇ ପଡ଼ିଛି। ରାସ୍ତା ସାରା ପିଚୂ ଉଟିଯାଇ ବଜୁରି ବିଛାଡି ହୋଇ ପଡିଥିବା ବେଳେ ଖାଲଖମା ଭର୍ତିଯୋଗୁ ପ୍ରତ୍ୟେହ ଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ରାସ୍ତା ମରାମତି କରିବାକୁ ବାରମ୍ବାର ଅଭିଯୋଗ ସତ୍ୱେ କେହି ଦୃଷ୍ଟି ଦେଉ ନଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। ଆଜକୁ ୧୩ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ପିଚୁ ରାସ୍ତାଟି ଏବେ ରକ୍ଷଣା ବେକ୍ଷଣ ଅଭାବରୁ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଫଳରେ ସଂପୃକ୍ତ ରାସ୍ତା ଯାତାୟାତ ଅନୁପଯୋଗୀ ହୋଇଛି। ଏହି ରାସ୍ତା ଉପରେ ବନ୍ତ ବ୍ଲକର ଗୋପିନାଥପୁର, ଅଣିଜୋ, ଚାରିଗାଁ, ଓ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକର ବରଦା ଓ ଭଦ୍ରକ ବ୍ଲକ ବାଣିତିଆ, କାଉପୁର, ନାଲଗରା ଆଦି ଅଂଚଳର ସହସ୍ରାଧିକ ଲୋକ ନିର୍ଭର କରି ଦୈନଦିନ ଯାତାୟତ କରିଥାନ୍ତି । ଆଗରପଡ଼ା ଥାନା, ଡ଼ାକ୍ତରଖାନା, କଲେଜକୁ ଯିବାକୁ ଏହି ରାସ୍ତାଟି ମୁଖ୍ୟ ମାଧ୍ୟମ ହୋଇଥିବା ବେଳେ ଜରୁରୀକାଳୀନ ପରିସ୍ଥିତିରେ ଦମକଳ, ଆମ୍ବୁଲାନ୍ସ ମଧ୍ୟ ଗାଁକୁ ସଠିକ୍ ସମୟରେ ପହଂଚି ପାରୁୁନି । ଅପରପକ୍ଷେ ଏହି ରାସ୍ତା ଯାତାୟାତ ଅନୁପଯୋଗୀ କାରଣରୁ ସଂପୃକ୍ତ ଅଂଚଳର ଲୋକେ ୭ କି.ମି. ଦୂର କେନାଲ ରାସ୍ତାରେ ଯାଅ ଆସ କରୁଛନ୍ତି। ଉପରୋକ୍ତ ବ୍ୟସ୍ତ ବହୁଳ ରାସ୍ତାକୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ରାସ୍ତା ମରାମତି କରିବାକୁ ପୂର୍ବତନ ସମିତି ସଭ୍ୟ ବସନ୍ତ ନାୟକ, ବିଜେପି ନେତା ମଦନ ମୋହନ ଦାଶ, ବିଷ୍ଣୁ ପଣ୍ଡା, ସୁବାଷ ପଣ୍ଡା, ପ୍ରଦୀପ ଜେନା, ଚାରିଗାଁ ସମିତି ସଭ୍ୟ ଧରଣୀଧର କର, କବି ବାଙ୍କ ବିହାରୀ ସାହୁ, ଗୋଲକ ପୃଷ୍ଟି ପ୍ରମୁଖ ଦୃଢ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.