Home ଜିଲ୍ଲା ପରିକ୍ରମା କାଡା ନାଳକୁ ଅବୈଧ୍ୟ ଜବର ଦଖଲ, ମିଥ୍ୟା ତଥ୍ୟ ମୂଳେ ତହସିଲଦାରଙ୍କ ଯଥାର୍ଥ ପ୍ରତିପାଦନ

କାଡା ନାଳକୁ ଅବୈଧ୍ୟ ଜବର ଦଖଲ, ମିଥ୍ୟା ତଥ୍ୟ ମୂଳେ ତହସିଲଦାରଙ୍କ ଯଥାର୍ଥ ପ୍ରତିପାଦନ

29
??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅନ୍ତର୍ଗତ ଆଗରପଡା ରାଜସ୍ୱ ନିରିକ୍ଷକ ଅଧିନ କୁଆଁଶମଢିଆ ମୌଜାରେ ଥିବା ପ୍ଲଟ ନଂ୫୭୮ କିସମ ରକ୍ଷିତ ଅବସ୍ଥିତି ଉପରେ ପ୍ରଧାନ ପାଣି ନାଳ ରହିଛି । ଏହି ନାଳକୁ ଜନୈକ ପ୍ରଭାବ ଶାଳୀ ବ୍ୟକ୍ତି ନିଜସ୍ୱ ଜମି ମଧ୍ୟରେ ପକ୍କା ପାଚେରି କରି ମିଶାଇ ଦେଇଛନ୍ତି । ଫଳରେ ଚାଷୀ ମାନଙ୍କ ପ୍ରଭୁତ କ୍ଷତି ଘଟୁଥିବା ବେଳେ ଚାଷ ସମୟରେ ହଳ, ଲଙ୍ଗଳ ନେଇ ଯିବା ଆସିବା କରିବା ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ବାଧା ପ୍ରାପ୍ତ ହେଉଛି । ପାଚେରି ନିର୍ମାଣ ସମୟରେ ଜମି ମାଲିକକୁ ଚାଷୀ ମାନେ ସେତେବେଳେ ଏହି କାର୍ଯ୍ୟରୁ ନିବୃତ ରହିବାକୁ କହିଥିବା ବେଳେ ସେ ଜନବଳ ଜରିଆରେ ଜବରନ ପାଚେରି ବୁଲାଇ ଦେଇଥିଲେ । ଏ ସଂଙ୍କ୍ରାନ୍ତରେ ବନ୍ତ ତହସିଲ ଦାରଙ୍କୁ ତା-୩୦-୦୬-୨୦୨୩ରେ ଚାଷୀ ମାନେ ଅଭିଯୋଗ କରିଥିଲେ । ପରେ ୬-୧୧-୨୩ରେ ଜିଲ୍ଲାପାଳ ଭଦ୍ରକଙ୍କୁ ଅଭିଯୋଗ ଜନ ଶୁଣାଣିରେ ପତ୍ର ସଂଖ୍ୟା ୩୫/୪୧୮୨/ତା-୬-୧୧-୨୩ରେ ପୂର୍ନବାର ଅବଗତ କରାଯାଇଥିଲା । ହେଲେ ଚାଷୀ ମାନେ କୌଣସି କିଛି ସୁଫଳ ପାଇ ପାରି ନ ଥିଲେ । ରାଜ୍ୟରେ ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ମାଧ୍ୟମରେ ନଂ ସି.ଏମ.ଓ୨୦୨୪୫୭୨୮୬୯, ଡି.ଏମ୨୦୨୪୫୭୨୯୭୦ ଏବଂ ଡି.ଇ.ପି.ଟି ୨୦୨୪୫୭୨୮୭୧, ତା-୧୮.୦୬.୨୪ରେ ଅଭିଯୋଗ କରାଯାଇଥିଲା । ଇତି ମଧ୍ୟରେ ତହସିଲଦାର ବନ୍ତ ଓ ଆଗରପଡା ରାଜ୍ୟସ୍ୱ ନିରିକ୍ଷକଙ୍କ ମାଧ୍ୟମରେ ଯାଇଥିବା ଅନୁସନ୍ଧାନ ରିପୋର୍ଟ ଉକ୍ତ ଜମି ୫୭୮ର କିସମ ପ୍ରଧାନ ପାଣି ନାଳ ରହିଥିବା ବେଳେ ଜବର ଦଖଲ କାରି ପାଣି ନିଷ୍କାସନ ପାଇଁ ସିମେଣ୍ଟ ପାଚେରି ମଧ୍ୟରେ ଗାଢ କରିଥିବା ଦର୍ଶାଯାଇଛି । ପ୍ରାକଶ ଥାଉକି, ଚାଷୀ ମାନଙ୍କ ଅଭିଯୋଗ ଥିଲାକି ଉକ୍ତ ଜମିର କିସମ ରକ୍ଷିତ ଅଟେ । ଯାହାକି ସର୍ବସାଧାରଣ ସ୍ଥାନ ଏବଂ ପ୍ରଧାନ ପାଣି ନାଳରେ କେବଳ ପାଣୀ ନିଷ୍କାସନ ହୁଏ ନାହିଁ । ଏହି ନାଳ ଦେଇ ଚାଷୀ ମାନେ ହଳ, ଲଙ୍ଗଳ, ଗୁରୁ ଗାଈ ନେଇ ଯାତାୟତ କରିଥାନ୍ତି । ମାତ୍ର ତହସିଲଦାରଙ୍କ ଏହି ରିପୋର୍ଟ ମୂଳେ ଉପରୋକ୍ତ ମାମଲାଟିକୁ ଖାରଜ କରିବା କେତେଦୂର ଯଥାର୍ଥ ତାହା ବୁଝା ପଡୁନାହିଁ । ଏହା ଜଣା ପଡିବା ପରେ ସମ୍ପୃକ୍ତ ଅଞ୍ଚଳର ଚାଷୀ ବିରଞ୍ଚି ନାରାୟଣ ପାଣିଗ୍ରାହୀ, ରଞ୍ଜିତ କୁମାର ମହାନ୍ତି, ରବିନାରାୟଣ ମହାନ୍ତି, କୃଷ୍ଣ ଚନ୍ଦ୍ର ଜେନା, ସୁଭେନ୍ଦ୍ର ପ୍ରତାବ ମହାନ୍ତି ପ୍ରମୁଖଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ତୁରନ୍ତ ଉକ୍ତ ନାଳକୁ ଜବରଦଖଲ ମୁକ୍ତ ପାଇଁ ଦାବି ଯୋର ଧରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.